Latest Odisha News

BREAKING NEWS

ଏନ୍‌ଟିପିସି ପ୍ଲାଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଅନୁଗୁଳ: ତାଳଚେର କଣିହାଁ ସ୍ଥିତ ଏନ୍‌ଟିପିସିରେ ଭୟାଭୟ ଅଗ୍ନିକାଣ୍ଡ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସୂଚନା । କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ କୋଇଲା ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି ।

ଖବରପାଇ ଘଟଣାସ୍ଥଳରେ ୨ ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଅଗ୍ନିକାଣ୍ଡରେ ସବୁଆଡେ ଧୂଆଁ ଯୋଗୁଁ ଲୋକ ଭୟଭୀତ । ହେଲେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡ଼ି ନାହିଁ ।

Leave A Reply

Your email address will not be published.