Latest Odisha News

BREAKING NEWS

ବିଜେପି ନେତା ଜୟରାମ ପାଙ୍ଗିଙ୍କୁ କରୋନା

ଜୟପୁର: ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏନେଇ ଶନିବାର ଦିନ ସେ ସୂଚନା ଦେଇଛନ୍ତି । ତାଙ୍କ କହିବାନୁଯାୟୀ ସେ କିଛି ଦିନ ହେବ ଅସୁସ୍ଥତା ଅନୁଭବ କରୁଥିଲେ । ପରେ ନିଜର କରୋନା ଟେଷ୍ଟ କରାଇଥିବା ବେଳେ ଶୁକ୍ରବାର ଦିନ ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଏବେ ହୋମ୍ ଆଇସୋଲେସନରେ ରହିଛି । ନିକଟରେ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜର କରୋନା ଟେଷ୍ଟ କରାଇ ନିଅନ୍ତୁ ।

ଶ୍ରୀ ପାଙ୍ଗିଙ୍କ ବ୍ୟତିତ ଓଡିଶାରୁ ୧୧ ଜଣ ନେତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି- ବରଗଡ ସାସଂଦ ସୁରେଶ ପୂଜାରୀ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ଅନ୍ୟମାନଙ୍କ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ଚେୟାରମ୍ୟାନ୍ ତଥା ବିଜେଡି ସାଧାରଣ ସମ୍ପାଦକ ଶ୍ରୀମୟୀ ମିଶ୍ର, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ, ଗ୍ରାମ୍ୟ ଉନ୍ନୟନ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଖଣ୍ଡପଡା ବିଧାୟକ ତଥା ‘ସମ୍ୱାଦ’ ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଏବଂ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପ୍ରମୁଖ ।

 

Leave A Reply

Your email address will not be published.