Latest Odisha News

BREAKING NEWS

ଶ୍ରୀଗଣେଶଙ୍କୁ କାହିଁକି କୁହାଯାଏ ଏକଦନ୍ତ?

ଭୁବନେଶ୍ୱର: ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିକୁ ‘ଗଣେଶ ଚତୁର୍ଥୀ’ ରୂପେ ପାଳନ କରାଯାଇଥାଏ । ଏହି ଦିନରେ ପ୍ରଭୁ ଶ୍ରୀଗଣେଶ ଜନ୍ମ ନେଇଥିବାର ମାନ୍ୟତା ରହିଛି ।

ଯେଉଁଥିପାଇଁ ଏହି ଦିନରେ ତାଙ୍କର ଜନ୍ମୋତ୍ସବ ପାଳନ କରାଯାଇଥାଏ । ଚଳିତଥର ଅଗଷ୍ଟ ୨୨ ତାରିଖରେ ପଡୁଛି ଗଣେଶ ଚତୁର୍ଥୀ । କୁହାଯାଏ ଭଗବାନ ଗଣେଶଙ୍କୁ ଆରାଧନା କରିବା ଦ୍ୱାରା ସୁଖ, ସମୃଦ୍ଧି ଓ ବୈଭବ ଆଦି ପ୍ରାପ୍ତି ହୁଏ ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଭଗବାନ ଗଣେଶଙ୍କୁ ଗଜାନନ, ଶ୍ରୀ ଗଣେଶ, ବିଘ୍ନହର୍ତ୍ତା, ଏକଦନ୍ତ କୁହାଯାଇଥାଏ । ହେଲେ ଗଣପତିଙ୍କୁ କାହିଁକି ଏକଦନ୍ତ କୁହାଯାଏ, ତା’ ପଛରେ କି ରୋଚକ କଥା ରହିଛି ଆସନ୍ତୁ ଜାଣିବା…

ପୌରାଣିକ କଥାନୁଯାୟୀ, ମାତା ଗାଧୋଉଥିବା ବେଳେ ବାହାରେ ପହରା ଦେଇଥାନ୍ତି ଗଣେଶ । ଏମିତିକି ମାତାଙ୍କ ବିନା ଅନୁମତିରେ କାହାକୁ ଭିତରକୁ ଆସିବାକୁ ଦେବେ ନାହିଁ ବୋଲି ଗଣେଶଙ୍କୁ ଆଦେଶ ଦେଇଥିଲେ । ଦିନେ ଭଗବାନ ଶିବ ମାତାଙ୍କୁ ଦେଖା କରିବାକୁ ଚାହିଁଥିଲେ ବି ଗଣେଶ ତାଙ୍କୁ ଭିତରକୁ ଛାଡିନଥିଲେ । ଯାହା ଫଳରେ କ୍ରୋଧିତ ଶିବଶଙ୍କର ତାଙ୍କର ମୁଣ୍ଡକାଟ କରିଥିଲେ । ଯାହା ପରେ ଗଣେଶଙ୍କ ମୁଣ୍ଡରେ ହାତୀ ମୁଣ୍ଡ ଲଗାଯାଇଥିଲା ।

ଏକଦା ମାତା ପାର୍ବତୀ ଓ ଭଗବାନ ଶିବ ଶଙ୍କର ନିଜ କକ୍ଷରେ ବିଶ୍ରାମ କରୁଥିଲେ । ସେତେବେଳେ ଭୋଳାନାଥଙ୍କୁ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ ପର୍ଶୁରାମ । ହେଲେ ଗଣେଶ ତାଙ୍କୁ ଭେଟିବାକୁ ଦେଇନଥିଲେ । ଯେଉଁଥିରେ କ୍ରୋଧାନ୍ୱିତ ହୋଇ ପର୍ଶୁରାମ ତାଙ୍କ ଅସ୍ତ୍ରରେ ଗଣପତିଙ୍କ ଏକ ଦାନ୍ତକୁ ଭାଙ୍ଗି ଦେଇଥିଲେ । ଯାହା ପରେ ସେ ଏକଦନ୍ତ ଭାବେ ପରିଚିତ ହୋଇଥିଲେ ।

Leave A Reply

Your email address will not be published.