Latest Odisha News

BREAKING NEWS

କରୋନା ସଂକ୍ରମଣରେ ବିଜେପି ବିଧାୟିକାଙ୍କ ମୃତ୍ୟୁ

ଜୟପୁର: ରାଜସ୍ଥାନ ରାଜସମନ୍ଦର ବିଜେପି ବିଧାୟିକା କିରଣ ମାହେଶ୍ୱରୀ ରବିବାର ବିଳମ୍ବିତ ରାତିରେ ଗୁରୁଗାଓଁର ଏକ ଡାକ୍ତରଖାନାରେ ପ୍ରାଣତ୍ୟାଗ କରିଛନ୍ତି।

ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ବେଳେ ସେ କରୋନାରେ ପିଡିତ ଥିଲେ।

ସେ ତିନିଥର ବିଧାୟିକା ହୋଇଥିବା ବେଳେ ଗତ କିଛି ଦିନ ହେବ ମେଦାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ତେବେ ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବିଧାନସଭା ବାଚସ୍ପତି ସିପି ଯୋଶୀ, ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ ସମେତ ଅନ୍ୟ ନେତାମାନେ ଶୋକବ୍ୟକ୍ତ କରିଛନ୍ତି।

Comments are closed.