Latest Odisha News

BREAKING NEWS

ବନ୍ଦ ଘରୁ ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସଂସଦୀୟ ଦଳ ବୈଠକ ସ୍ଥଗିତ

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରୁ ସନ୍ଦେହଜନକ ଅବସ୍ଥାରେ ବିଜେପି ସାଂସଦଙ୍କ ମୃତଦେହ ମିଳିଛି । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା କ୍ଷେତ୍ରରୁ ସାଂସଦ ଥିବା ରାମ ସ୍ୱରୂପ ଶର୍ମାଙ୍କ ଦେହାନ୍ତ ହୋଇଛି ।

ଦିଲ୍ଲୀ ପୋଲିସ ଅନୁସାରେ ସାଂସଗ ରାମ ସ୍ୱରୂପ ରହୁଥିବା ଗୋମତି ଆପାର୍ଟମେଣ୍ଟରୁ ଜଣେ ଷ୍ଟାଫ୍ କଲ୍ କରି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆସେ ଦେଖେ ତ ସାଂସଦ ଥିବା ଘର ଭିତର ପଟୁ ବନ୍ଦ ରହିଛି । ପୋଲିସ କବାଟ ଭାଙ୍ଗି ରାମ ସ୍ୱରୂପଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା । ତା’ପରେ ସାଂସଦଙ୍କୁ ପୋଲିସ ଦିଲ୍ଲୀ ରାମମନୋହର ଲୋହିୟା ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ସାଂସଦ ରାମ ସ୍ୱରୂପଙ୍କ ଦେହାନ୍ତ ପରେ ଆଜି ବସିବାକୁ ଥିବା ବିଜେପି ସଂସଦୀୟ ଦଳ ବୈଠକକୁ ବାତିଲ୍ କରି ଦିଆଯାଇଛି । ରାମ ସ୍ୱରୂପ ଚଳିତଥର ଦ୍ୱିତୀୟ ଥର ଲାଗି ମଣ୍ଡି ଲୋକସଭା ଆସନରୁ ବିଜୟୀ ହୋଇଥିଲେ । ରାମ ସ୍ୱରୂପଙ୍କ ଦେହାନ୍ତ ଖବର ପାଇ କେନ୍ଦ୍ର ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ବାସଭବନରେ ପହଞ୍ଚିଛନ୍ତି । ତେବେ, ରାମ ସ୍ୱରୂପ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି । ତାର ତଦନ୍ତ ଜାରି ରଖିଛି ଦିଲ୍ଲୀ ପୋଲିସ ।

Leave A Reply

Your email address will not be published.