Latest Odisha News

ବିସ୍ଫୋରଣରେ ଉଡ଼ିଗଲା ତିନିମହଲା କୋଠା, ଏଯାଏଁ ମିଳିନି ଭଡାଟିଆଙ୍କ ପତ୍ତା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମ ନିକଟରେ ଏକ ତିନି ମହଲା କୋଠାରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ବିସ୍ଫୋରଣର ଘଟଣାରେ ପୋଲିସ ଖୋଳତାଡ ଆରମ୍ଭ କରିଛି ।

ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଗ୍ରାମର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା ବିଶିଷ୍ଟ କୋଠାର ପ୍ରଥମ ମହଲାରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଫଳରେ ଘରର କାନ୍ଥ ଭାଙ୍ଗି ଛିନଛତ୍ର ହୋଇଯାଇଥିବା ଜଣାପଡିଛି ।

ଆହୁରି ମଧ୍ୟ ଘରର ଉପର ମହଲାରେ ଶ୍ରୀଧର ମହାନ୍ତି ନାମକ ଜଣେ ମାର୍ବଲ ମିସ୍ତ୍ରୀ ଭଡାରେ ରହୁଥିବା ବେଳେ ଏହି ବିସ୍ଫୋରଣ ପରେ ସେ ନିଖୋଜ ହୋଇଯାଇଛନ୍ତି । ଏହାବ୍ୟତିତ ଅନ୍ୟଏକ ମହଲାରେ ରହୁଥିବା ବିହାରର ସୁମିତ ନାମକ ଜଣେ ବ୍ୟକ୍ତିଙ୍କର ମଧ୍ୟ ବିସ୍ଫୋରଣ ପରେ କୌଣସି ପତ୍ତା ମିଳିନଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.