Latest Odisha News

BREAKING NEWS

କଟକ ମହାନଗର ନିଗମର ବିଜେପି ତରଫରୁ ଶ୍ରୀତମ ଦାସ ମେୟର ପ୍ରାର୍ଥୀ

କଟକ: କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ଶ୍ରୀତମ ଦାସ । ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି । ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ଶ୍ରୀତମ ଦାସ ବିଜେପିର କଟକ ମେୟର ପ୍ରାର୍ଥୀ ଭାବେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ଶ୍ରୀତମ ।

ଶ୍ରୀତମ ଦାସ ବିଜେପିରେ ଯୋଗ ଦେଇ ଦୀର୍ଘଦିନ ଧରି ଦଳରେ ସକ୍ରିୟ ଥିଲେ। ଏହାଛଡ଼ା ସେ ଓଡ଼ିଆ ସିନେ ଆର୍ଟିଷ୍ଟ ଆସୋସିଏସନର ବି ସଂପାଦକ ଅଛନ୍ତି । ପୂର୍ବରୁ ବ୍ୟାଙ୍କ ଅଫିସର ସଂଘର ନେତା ଦୁର୍ଯୋଧନ ଲେଙ୍କାଙ୍କୁ ବିଜେପି ମେୟର ପ୍ରାର୍ଥୀ କରିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଥିଲା ।

କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପି ଶ୍ରୀତମ ଦାସଙ୍କୁ ନାଁକୁ ମେୟର ପ୍ରାର୍ଥୀ ପାଇଁ ଘୋଷଣା କରିଛି ।

ଅନ୍ୟପଟେ ଡକ୍ଟର ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ କରିଛି ବିଜେପି । ଏନେଇ ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଛନ୍ତି ।

Comments are closed, but trackbacks and pingbacks are open.