Latest Odisha News

BREAKING NEWS

ଭାରତ-ପାକିସ୍ତାନ ମହିଳା ବିଶ୍ୱକପ ଲଢ଼େଇ: କମାଲ କଲେ ପୂଜା-ସ୍ନେହା ଯୋଡ଼ି

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ପାକିସ୍ତାନ ବିପକ୍ଷ ମହିଳା ବିଶ୍ୱକପରେ କମାଲ କଲେ ଦୁଇ ଭାରତୀୟ କ୍ରିକେଟର ପୂଜା ବସ୍ତ୍ରେକର ଓ ସ୍ନେହା ରାଣା । ଏହି ଦୁଇ ଜଣଙ୍କର ଲଢୁଆ ବ୍ୟାଟିଂ ବଳରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିବା ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ୨୪୫ ନ୍ ଟାର୍ଗେଟ ରଖିଛି । ଶେଷ ଭାଗରେ ଦୁହେଁ ଅର୍ଦ୍ଧଶତକ ହାସଲ କରିଛନ୍ତି ।
ପାକିସ୍ତାନ ବିପକ୍ଷ ମୁକାବିଲାରେ ଆଜି ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । ମାତ୍ର ୯୮ ରନରେ ତିନିଟ ଓ୍ୱିକେଟ ହରାଇଥିଲା ଟିମ୍ ଇଣ୍ଡିଆ । ୨୪ତମ ଓଭରରେ ଆଉଟ୍ ହୋଇଥିଲେ ଦୀପ୍ତି ଶର୍ମା । ସେତେବେଳେ ଦଳୀୟ ସ୍କୋର ଥିଲା ୯୮ ରନ୍ । ଏହାପରେ ମାତ୍ର ୧୮ ରନ୍ ଭିତରେ ଭାରତର ୫ଟି ୱିକେଟ୍ ପଡ଼ିଥିଲା ।
ଟିମ୍ ଇଣ୍ଡିଆ ସଂକଟରେ ଥିବା ବେଳେ ପାଳି ସମ୍ଭାଳିଥିଲେ ସ୍ନେହା ରାଣା ଓ ପୂଜା ବସ୍ତ୍ରେକର । ପ୍ରଥମେ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲେ । ପରେ ଧୂଆଁଧାର ବ୍ୟାଟିଂ କରିଥିଲେ । ସ୍ନେହା ରାଣା ୪୮ ବଲରୁ ୫୩ ରନ୍ ସଂଗ୍ରହ କରିଥିଲେ । ପୂଜା ବସ୍ତ୍ରେକର ୫୯ବଲରୁ ପିଟିଥିଲେ ୬୭ ରନ୍ । ଦୁହେଁ ଶତକୀୟ ଭାଗିଦାରୀ ଖେଳିଥିଲେ । ଫଳରେ ଭାରତ ପାକିସ୍ତାନ ଆଗରେ ୨୪୫ ରନ୍ ବିଜୟ ଲକ୍ଷ୍ୟ ରଖି ପାରିଲା ।

Comments are closed, but trackbacks and pingbacks are open.