Latest Odisha News

BREAKING NEWS

ଆସନ୍ତା କାଲି ଓଡିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର : ଅମିତ ଶାହା ଆସନ୍ତା କାଲି ଓଡିଶା ଆସୁଛନ୍ତି । ଏକ ଦିନିକିଆ ଓଡିଶା ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପୁରୀ ଗସ୍ତ କରିବେ ।

ସୂଚନା ଅନୁଯାୟୀ ଶାହା ଆସନ୍ତା କାଲି ସକାଳ ୧୦ଟାରେ ଭୂବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଏବଂ ସେଠାରୁ ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା କରିବା ନେଇ ଜଣାପଡିଛି ।

 

ଏହି ଅବସରରେ ଅମିତ ଶାହା ଶରଧାବାଲିଠାରେ ଅନୁଷ୍ଠିତ ହେବାକୁ ଥିବା ମହିଳା କାର୍ଯ୍ୟକର୍ତ୍ତା ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିସହିତ ଅପରାହ୍ନ ୨.୩୦ରେ ସେ ହୋଟେଲ ଗୋଲଡେନ ପ୍ୟାଲେସଠାରେ ଅନୁଷ୍ଠିତ ହେବାକୁ ଥିବା ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ ।

ତେବେ ସମସ୍ତ କାର୍ଯ୍ୟକ୍ରମ ସମାପ୍ତ କରି ଶାହା ସଂଧ୍ୟା ୬ଟାରେ ପୁରୀରୁ ବାହାରି ଭୂବନେଶ୍ୱର ଫେରି ଆସି ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତ୍ତର୍ନ କରିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.