Latest Odisha News

BREAKING NEWS

କମାଲ୍ କଲେ ଧାୱନ ଓ ରୋହିତ ଶର୍ମା, ପାକିସ୍ତାନର ଲଜ୍ଜାଜନକ ପରାଜୟ

ଦୁବାଇ: ତିନିଦିନର ବ୍ୟବଧାନରେ ପାକିସ୍ତାନକୁ ଦୁଇ ଦୁଇଥର ପରାସ୍ତ କଲା ଭାରତ । ଆଜି ଏସିଆ କପର ସୁପର୍ ଫର୍ମାଟ ପରି ଏକ ହାଇ ଭୋଲଟେଜ୍ ମ୍ୟାଚରେ ପୁଣି ଭାରତ ହାତରୁ ପାକିସ୍ତାନକୁ ଲଜ୍ଜାଜନକ ଭାବେ ପରାସ୍ତ ହେବାକୁ ପଡ଼ିଛି । ଭାରତ ପାକିସ୍ତାନକୁ ୯ ୱିକେଟରେ ପରାସ୍ତ କରିଛି । କପ୍ତାନ୍ ରୋହିତ ଶର୍ମା ଏକ ସୁନ୍ଦର ଶତକୀୟ ଇନିଂସ ଖେଳି ପୁରା ମ୍ୟାଚରେ କମାଲ୍ କରିଛନ୍ତି ।

ପାକିସ୍ତାନ ପ୍ରଥମରେ ଟସରେ ଜିତି ବ୍ୟାଟି କରିବାକୁ ନିଷ୍ପତ୍ତି ନେଇଥିଲା । ସୋଏବ ମଲ୍ଲିକଙ୍କ ୭୮ ଓ ଅଧିନାୟକ ସର୍ପରାଜ ଅହମ୍ମଦଙ୍କ ୪୪ ରନ ବଳରେ ପାକିସ୍ତାନ ୭ ୱିକେଟ ହରାଇ ୫୦ ଓଭରରେ ୨୩୭ ରନ କରିବାକୁ ସକ୍ଷମ ହୋଇଥିଲା ।

ଭାରତ ବିଜୟ ଲାଗି ୨୩୮ ରନର ପିଛା କରି ଇନିଂସ ଆରମ୍ଭରୁ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରିଥିଲା । ଭାରତର ଦୁଇ ଓପନର ଶିଖର ଧାୱନ ଓ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ିକୁ ଆଉଟ କରିବାକୁ ପାକିସ୍ତାନ ବୋଲରଙ୍କ ସମସ୍ତ ଚେଷ୍ଟା ବୃଥା ହୋଇଥିଲା । ତେବେ ଦଳର ରନ ୨୧୦ ହୋଇଥିବା ବେଳେ ହିଁ ଧାୱନ ପ୍ରଥମ ଖେଳାଳି ଭାବେ ଆଉଟ ହୋଇଥିଲେ । ଶିଖର ଧାୱନ ୧୦୦ଟି ବଲରେ ଚମତ୍କାର ୧୧୪ ରନ କରିଥିଲେ । କପ୍ତାନ ରୋହିତ ଶର୍ମା ଆଜି ନିଜର ଅଧିନାୟକ ଇନିଂସ ଖେଳିଥିବାର ଦେଖାଯାଇଥିଲା । ସେ ୧୧୯ଟି ବଲ୍ ଖେଳି ୧୧୧ ରନର ଏକ ଶତକୀୟ ଇନିଂସ ଖେଳିଥିଲେ । ରୋହିତଙ୍କ ବିଶାଳ ୪ଟି ଛକାକୁ ଭାରତୀୟ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ ।

ମ୍ୟାଚ ଶେଷ ବେଳକୁ ରୋହିତ ଶର୍ମା ଅମ୍ବାତି ରାୟଡୁ କ୍ରିଜରେ ରହିଥିଲେ । ଭାରତ ମାତ୍ର ୩୯.୩ ଓଭରରେ ୨୩୮ ରନ କରି ବିଜୟ ହାସଲ କରିଥିଲା ।

Leave A Reply

Your email address will not be published.