Latest Odisha News

BREAKING NEWS

୨୦୨୪ ପାଇଁ ବିଜେପି ଫୋକସରେ ଓଡ଼ିଶା, ସେପ୍ଟେମ୍ବର ଶେଷ ଆଡ଼କୁ ଆସିବେ ଜେପି ନଡ୍ଡା

ଭୁବନେଶ୍ୱର: ୨୦୨୪ ପାଇଁ ବିଜେପି ଫୋକସରେ ଓଡ଼ିଶା । ଅମିତ ଶାହ ଆସିଥିଲେ, ଏବେ ଜେପି ନଡ୍ଡା ଆସିବେ । ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଗୋଟି ଚାଳନା କରୁଛି ବିଜେପି । ଫୋକସରେ ରହିଛି ଓଡ଼ିଶା । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ୨୦୨୪ରେ ସରକାରକୁ ଆସିବା ପାଇଁ ପ୍ରସ୍ତୁତ କରୁଛି ରଣନୀତି । ନିକଟରେ ଓଡ଼ିଶାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ଦଳୀୟ ନେତୃତ୍ୱଙ୍କ ମନରେ ଉତ୍ସାହ ଭରିଥିଲା ।

ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଓଡ଼ିଶା ଆସିବେ ବିଜେପି ସଭାପତି ଜେପି ନଡ୍ଡା । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ମିଶନ ୨୦୨୪ ପାଇଁ ଓଡ଼ିଶା ବିଜେପିରେ ପ୍ରଶିକ୍ଷଣ ଶିବିର ହେବ । ସେପ୍ଟେମ୍ବର ମାସରେ ବିଜେପିର ୩ ପ୍ରମୁଖ ଚେହେରା ଓଡ଼ିଶା ଆସିବେ । ତୃତୀୟ ସପ୍ତାହରେ ପ୍ରସ୍ତାବିତ ପ୍ରଶିକ୍ଷଣ ଶିବିରକୁ ଆସିବେ ସଂଗଠନ ମହାମନ୍ତ୍ରୀ ।

ସେପ୍ଟେମ୍ବର ୫ ଓ ୬ରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି । ମାସକ ବ୍ୟବଧ୍ୟାନରେ ବିଜେପି ଶୀଷ ନେତୃତ୍ୱଙ୍କ ଘନ ଘନ ଓଡ଼ିଶା ଗସ୍ତ ଦଳର କର୍ମକର୍ତ୍ତାଙ୍କ ମନରେ ଉତ୍ସାହ ଭରିଥିବା ବେଳେ ବିରୋଧୀ କହିଛନ୍ତି କିଛି ପ୍ରଭାବ ପଡ଼ିବନି ।

Leave A Reply

Your email address will not be published.