Latest Odisha News

BREAKING NEWS

ଗତକାଲି ମଧ୍ୟ ରାତ୍ରୀରେ ଭୁବନେଶ୍ୱରରେ ଦୁଇଟି ହତ୍ୟାକାଣ୍ଡ

ଭୁବନେଶ୍ୱର : ଗତ କାଲି ମଧ୍ୟ ରାତ୍ରୀରେ ଭୁବନେଶ୍ୱରରେ ଦୁଇଟି ହତ୍ୟାକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଭୁବନେଶ୍ୱରର ରୁପାଲି ଛକରେ ଜଣେ ସାଙ୍ଗକୁ ଅନ୍ୟ ୨ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ୟ ଅଭିଯୋଗଟି ଶାସ୍ତ୍ରୀନଗର ବାସିନ୍ଦା ତାଙ୍କ ସ୍ତ୍ରୀଙ୍କୁ କିଏ ହତ୍ୟା କରିଥିବାର ସନ୍ଦେହ କରି  ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ମୁତାବକ ରୁପାଲି ଛକରେ ସାଙ୍ଗମାନେ ନିଶା ଖାଇବା ପରେ ହତ୍ୟାକାଣ୍ଡ ଘଟାଇଛନ୍ତି । କୌଣସି ଏକ କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହେବା ପରେ ୨ଜଣ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ମାରଣାଅସ୍ତ୍ରରେ ହତ୍ୟା କରିଛି ।  ଏନେଇ ପୁଲିସ ଖବର ପାଇବା ପରେ ମୃତଦେହକୁ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।  ୨ ଅଭିଯୁକ୍ତ ମଧ୍ୟରେ ଜଣେ ଅଟୋ ଡ୍ରାଇଭର ଅନ୍ୟ ଜଣେ ପାନ ଦୋକାନି  । ହତ୍ୟାକାଣ୍ଡକୁ ନେଇ ଅଭିଯୁକ୍ତ ମାନଙ୍କୁ ପୁଲିସ ପଚରାଉଚରା କରୁଥିବାର ଡିସିପି ସୂଚନା ଦେଇଛନ୍ତି  ।

ଅନ୍ୟ ଘଟଣାଟି ଶାସ୍ତ୍ରୀନଗର ଅଞ୍ଚଳରେ ଘଟିଛି  । ଆନନ୍ଦ ନାଥ ଜେନା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଶୁଭଶ୍ରୀ ମହାପାତ୍ରଙ୍କୁ (୨୫) କିଏ ହତ୍ୟା କରିଥିବାର ସନ୍ଦେହ କରି ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ  । ସେ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ଚେତାଶୁନ୍ୟ ଅବସ୍ଥାରେ ଘରେ ପଡିଥିବାର ଖବର ପାଇଥିଲେ  । ସେ ଘରେ ପହଁଚି ତାଙ୍କ ସ୍ତ୍ରୀଙ୍କୁ ମେଡିକାଲ ନେଇଯାଇଥିଲେ  । ତେବେ ଡାକ୍ତର ତାଙ୍କ ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ।  ତେବେ ଉଭୟ ଘଟଣା କୁ ନେଇ ପୁଲିସ ପଚରାଉଚରା କରୁଥିବା ସହ ତଦନ୍ତ କରୁଛନ୍ତି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସଂ  ସୂଚନା ଦେଇଛନ୍ତି  ।

Leave A Reply

Your email address will not be published.