Latest Odisha News

BREAKING NEWS

ଧାନ କିଣାରେ ଅବ୍ୟବସ୍ଥା, କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

କଟକ : ମଣ୍ଡିରେ ଧାନ କିଣାକୁ ନେଇ ସାରା ରାଜ୍ୟରେ ଦାନା ବାନ୍ଧିଲାଣି ଅସନ୍ତୋଷ । ମଣ୍ଡିରୁ ଧାନ ଉଠୁନଥିବାରୁ ଏବେ ସରକାରଙ୍କୁ ଘେରିଛି ବିଜେପି । କଟକ ଜିଲ୍ଲାରେ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି ବିରୋଧୀ ବିଜେପି । ଜିଲ୍ଲାର ପ୍ରତ୍ୟେକ ବ୍ଲକର ମଣ୍ଡିରେ ଥିବା ସମସ୍ତ ଧାନକୁ ସରକାର କିଣିବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛି କଟକ ବିଜେପି ।

ବିଜେପି କହିଛି, ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ସରକାର ପାତର ଅନ୍ତର ନୀତି ଆପଣାଉଛନ୍ତି । ପୂର୍ବରୁ ଖରିଫ୍ ଋତୁରେ ମଣ୍ଡିର ଅବ୍ୟବସ୍ଥାକୁ ଦାବି କରିଥିଲା ବିଜେପି କୃଷକ ମୋର୍ଚ୍ଚା । ସରକାର ଧାନ କିଣିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ଯାଏଁ ଧାନ କିଣାଗଲା ନାହିଁ ବୋଲି ବିଜେପି ଅଭିଯୋଗ କରିଛି । ରବି ଋତୁ ସରିବାକୁ ବସିଥିବା ବେଳେ, ଟୋକନ୍ ସରିବା ପର୍ଯ୍ୟନ୍ତ ଧାନ କିଣା ଜାରି ରଖିବାକୁ ଦାବି କରିଛି ଦଳ । ସେହିପରି ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେପି । ଯଦି ସରକାର ଦାବି ନ ମାନନ୍ତି, ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ଦଳ ।

Leave A Reply

Your email address will not be published.