Latest Odisha News

ତିରୁପତି ମନ୍ଦିରର ସମ୍ପତି ଘୋଷଣା କଲା ଟ୍ରଷ୍ଟ

ଅମରାବତୀ: ତିରୁମାଲା ତିରୁପତି ଦେବସ୍ଥାନମସ ଟ୍ରଷ୍ଟ ପକ୍ଷରୁ ଆଜି ତିରୁପତି ମନ୍ଦିରର ସମ୍ପତି ଘୋଷଣା କରାଯାଇଛି । ଟିଟିଡି ପକ୍ଷରୁ ଘୋଷଣା କରାଯାଇଥିବା ସମ୍ପତି ତାଲିକାରେ ୧୦.୩ ଟନ ସୁନା ଏବଂ ୧୫,୯୩୮ କୋଟି ଟଙ୍କା କ୍ୟାଶ ରହିଛି । ସମସ୍ତ ସମ୍ପତି ହିସାବକୁ ନେଲେ ବର୍ତମାନ ମୂଲ୍ୟ ଅନୁସାରେ ଏହା ୨.୨୬ ଲକ୍ଷ କୋଟି ଟଙ୍କା ହେବ । ଜାତୀୟକରଣ ବ୍ୟାଙ୍କରେ ୫୩୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସୁନା, ୧୫, ୯୩୮ କୋଟି ଟଙ୍କା ନଗଦ ଜମା ରହିଥିବା ବେଳେ ମନ୍ଦିର ନାମରେ ୭୧୨୩ ଏକର ଜମି ଉପରେ ୯୬୦ଟି ଘର ରହିଛି ।

ଭକ୍ତଙ୍କ ଦାନ, ବ୍ୟବସାୟ ସଂଗଠନ ଓ ବିଭିନ୍ନ ପ୍ରତିଷ୍ଠାନରୁ ମିଳିଥିବା ଅନୁଦାନରୁ ମନ୍ଦିରର ଆୟ ହୋଇଥାଏ ବୋଲି ଏଥିରେ ଦର୍ଶାଯାଇଛି । ତେବେ ମନ୍ଦିରର ଆବଶ୍ୟକତାଠାରୁ ଅଧିକ ବଳକା ଟଙ୍କାକୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ସିକ୍ୟୁରିଟିରେ ନିବେଶ କରାଯିବା ଖବରକୁ ଟ୍ରଷ୍ଟ ଖଣ୍ଡନ କରିଛି । ଭକ୍ତମାନେ ଏହି ଖବରକୁ ବିଶ୍ୱାସ ନ କରିବା ପାଇଁ ଟିଟିଡି ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.