Latest Odisha News

BREAKING NEWS

ଜୁନ୍ ୪ରେ ପୁଣି ‘ମହା ହୋଲି’ ଖେଳିବ ଓଡ଼ିଶା: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ରାଜନୈତିକ ଦଳ ନିଆରା ଢଙ୍ଗରେ ହୋଲି ପର୍ବ ପାଳନ କରିଛନ୍ତି। ଶାସକ ବିଜୁ ଜନତା ଦଳ (ବିଜେଡି) ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟିର ନେତାମାନେ ହୋଲି ପର୍ବକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସମ୍ବଲପୁର ଗସ୍ତରେ ଅଛନ୍ତି। ସେ ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ସହ ରଙ୍ଗର ପର୍ବ ହୋଲି ପାଳନ କରିଛନ୍ତି।

ଚଳିତ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା ହେବା ପରେ ଦଳୀୟ ନେତା ଓ କର୍ମୀଙ୍କ ସହିତ ଉତ୍ସାହର ସହିତ ହୋଲି ଖେଳିଛନ୍ତି। ହୋଲିରେ ଆନନ୍ଦ ଉଲ୍ଲାସର ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ଧର୍ମେନ୍ଦ୍ର ପ୍ରଧାନ ଆଶା ପ୍ରକଟ କରିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ସରକାର କେନ୍ଦ୍ରରେ କ୍ଷମତାକୁ ପୁଣି ଫେରିବେ।

ଭୁବନେଶ୍ୱରର ବରିଷ୍ଠ ବିଜେପି ନେତାମାନେ ମତ ଦେଇଛନ୍ତି ଯେ ଲୋକସଭା ନିର୍ବାଚନରେ ଫଳାଫଳ ଘୋଷଣା ହେବାପରେ ଓଡିଶା ତଥା ଦେଶ ଜୁନ୍ ୪ରେ ପୁନର୍ବାର ‘ମହା ହୋଲି’ ପାଳନ କରିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ସକାଳୁ ପୁରୀରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଆଜି ସକାଳୁ ପ୍ରଥମେ ମା’ ସମଲେଇଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ସମ୍ବଲପୁର ଲୋକସଭା ଆସନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଘୋଷଣା ହେବା ପରେ ସେ ପ୍ରଥମ ଥର ପାଇଁ ସମ୍ବଲପୁରରେ ପହଞ୍ଚିଛନ୍ତି।

ସେହିଭଳି ରାଜଧାନୀ ଶଙ୍ଖ ଭବନରେ ଧୁମଧାମର ସହ ରଙ୍ଗର ପର୍ବ ପାଳନ ହୋଇଛି। ସମସ୍ତ ରାଜନେତା ଏଠାରେ ସାମିଲ ହୋଇ ନିଆରା ଢଙ୍ଗରେ ହୋଲି ଖେଳିଛନ୍ତି। ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଧର୍ମଶାଳ ବିଧାୟକ ପ୍ରଣବ ବଳବନ୍ତରାୟ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ଏକାଠି ହୋଇଛନ୍ତି ବହୁ ନେତା ଓ କର୍ମୀ ହୋଲି ଖେଳିଥିଲେ। ପରସ୍ପରକୁ ରଙ୍ଗ ଲଗେଇ ହୋଲି ଖେଳିଥିଲେ। ଆଗକୁ ନିର୍ବାଚନ ଥିବାରୁ ସମସ୍ତଙ୍କ ମନରେ ଭରି ରହିଛି ଉତ୍ସାହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହୋଲି ଅବସରରେ ଜନତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ପବିତ୍ର ରଙ୍ଗର ପର୍ବ ସମସ୍ତଙ୍କ ଜୀବନକୁ ପାରସ୍ପରିକ ପ୍ରେମ, ସୌହାର୍ଦ୍ଦ୍ୟ ଏବଂ ଇଚ୍ଛା ପରିପୂର୍ଣ୍ଣ ହେଉ ବୋଲି କାମନା କରିଥିଲେ।

Leave A Reply

Your email address will not be published.