Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ମନ୍ଦିର ସ୍ୱର୍ଣ୍ଣାଳଙ୍କାର ଗଣନା ଲାଗି ଦାବି କଲା ବିଜେପି

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରରେ ଶ୍ରୀଜୀଉମାନଙ୍କ ଲାଗି ଗଚ୍ଛିତ ଥିବା ସ୍ୱର୍ଣ୍ଣାଳଙ୍କାର ଗଣନା ଲାଗି ମଙ୍ଗଳବାର ଦିନ ଓଡ଼ିଶା ସରକାରଙ୍କୁ ଦାବି କରିଛି ବିଜେପି ।

ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ମାଧ୍ୟମରେ ବରିଷ୍ଠ ବିଜେପି ନେତା ତଥା ବିଧାନସଭାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, ୧୯୭୮ ମସିହାରେ ମନ୍ଦିର ପ୍ରଶାସନ ଦ୍ୱାରା ଯେଉଁ ରତ୍ନଭଣ୍ଡାରରେ ଅଳଙ୍କାର ତାଲିକା ପ୍ରସ୍ତୁତି ହୋଇଥିଲା ତାହାର ପରିମାଣ ଗଣନା କରିବା ସହିତ ଏବେ ନୂଆକରି ସମସ୍ତ ଗଚ୍ଛିତ ସ୍ୱର୍ଣ୍ଣାଳଙ୍କାର ଗୁଡ଼ିକର ସଠିକ୍ ଗଣନା ସହିତ ସାର୍ବଜନୀନ କରିବା ଆବଶ୍ୟକ । ପୂର୍ବ ଗଣନା ଅନୁଯାୟୀ ହୋଇଥିବା ତାଲିକାକୁ ମିଳାଇ ଦେଖିବାକୁ ପଡ଼ିବ ତାହା ଠିକ୍ ରହିଛି କି ନାହିଁ ।

Leave A Reply

Your email address will not be published.