Latest Odisha News

BREAKING NEWS

ସେପ୍ଟେମ୍ବର ୨୫ ଯାଏ ବୁକ୍ କରନ୍ତୁ ମାଗଣା ବିମାନ ଟିକେଟ୍, ବୁଲନ୍ତୁ ଦେଶ ଓ ବିଦେଶ

ନୂଆଦିଲ୍ଲୀ: ବିମାନରେ ଭ୍ରମଣ ପାଇଁ କାହାକୁ ବା ଭଲ ନ ଲାଗେ । ସମସ୍ତେ ଆକାଶରେ ଉଡ଼ିବାକୁ ଚାହାଁନ୍ତି । କିନ୍ତୁ ଟଙ୍କା ପାଇଁ ପଛଘୁଞ୍ଚା ଦିଅନ୍ତି । ଯଦି ଆପଣ ଫ୍ଲାଇଟରେ ବସି ବୁଲିବାକୁ ଚାହୁଁଛନ୍ତି ତାହେଲେ ଏ ଖବର ଆପଣଙ୍କ ପାଇଁ । ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ମାଗଣାରେ ବିମାନ ଯାତ୍ରା କରିବାରୁ ସୁଯୋଗ ଦେଉଛି । କମ୍ପାନୀ ସୀମିତ ସମୟ ପାଇଁ ୫ ମିଲିୟନ୍ ମାଗଣା ଟିକେଟ୍ ଦେବ ବୋଲି ଘୋଷଣା କରିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଏୟାର ଏସିଆ ।

ସେପ୍ଟେମ୍ବର ୨୫ ମଧ୍ୟରେ ଟିକେଟ୍ ବୁକ୍ କଲେ ଗ୍ରାହକଙ୍କୁ ଏହି ସୁବିଧା ମିଳିବ । ମାଗଣା ଟିକେଟରେ ୨୦୨୩ ଜାନୁଆରୀ ୧ରୁ ୨୦୨୩ ଅକ୍ଟୋବର ମଧ୍ୟରେ ବିମାନରେ ଯାତ୍ରା କରି ହେବ । ତେବେ ବଡ଼ କଥା ହେଉଛି ଏୟାର ଏସିଆର ଏହି ଅଫରରେ ଆପଣ ମାଗଣାରେ ଘରୋଇ ସହ ଅନ୍ତର୍ଜାତୀୟ ବିମାନ ଯାତ୍ରା କରି ପାରିବେ । ସିଙ୍ଗାପୁର ସହ ଅନ୍ୟ ଅନ୍ତର୍ଜାତୀୟ ବିମାନ ଟିକେଟ୍ ଏୟାର ଏସିଆ ମାଗଣାରେ ଦେବ ।

ମାଗଣା ଟିକେଟ୍ ପାଇଁ ବୁକିଂ ଆରମ୍ଭ ହୋଇ ସାରିଛି । ଏଥିପାଇଁ ଆପଣ ଏୟାର ଏସିଆର ୱେବସାଇଟ୍ କିମ୍ବା ଆପରେ ଟିକେଟ୍ ବୁକ୍ କରି ପାରିବେ । ଏୟାର ଏସିଆ ଦୀର୍ଘ ୨୧ ବର୍ଷ ଧରି ବିମାନ ସେବା ଯୋଗାଉ ଥିବାବେଳେ ୭୦୦ରୁ ଅଧିକ ମିଲିଅନ୍ ଲୋକ ଯାତ୍ରା କରି ସାରିଛନ୍ତି । ୨୧ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ୫୦ ଲକ୍ଷ ଫ୍ରି ଟିକେଟ୍ ଦେବାକୁ ଘୋଷଣା କରିଛି ଏୟାର ଏସିଆ ।

Leave A Reply

Your email address will not be published.