ଭୁବନେଶ୍ୱର : ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । କୋରାପୁଟ ଜିଲ୍ଲା ଜୟପୁର ବ୍ରାହ୍ମୋଣୀ ଗାଁରେ ବନ୍ଧୁକମୁନରେ ଗଣ ଦୁଷ୍କର୍ମ ଘଟଣା କୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାଜ୍ୟ ସରକାରଙ୍କ ନାରୀ ସୁରକ୍ଷା କେବଳ ସ୍ଳୋଗାନରେ ସୀମିତ । ବିଜେଡି ଶାଶନ କାଳରେ କ୍ରିମିନାଲାଇଜେସିନ୍ ଇନ୍ ପଲଟିକ୍ସି କ୍ରମା ଗତ ଭାବେ ବୃଦ୍ଧି ପାଇଛି ।
ଏହାର ଅନ୍ୟତମ ଉଦାହରଣ କୋରାପୁଟ ଜିଲ୍ଲା ଜୟପୁର ବ୍ରାହ୍ମୋଣି ଗ୍ରାମରେ ବନ୍ଧୁକ ମୁନରେ ଗଣ ଦୁଷ୍କର୍ମ ଘଟଣା । ଏବଂ ଅପରାଧିଙ୍କୁ ସୁରକ୍ଷା ଦେଉଥିବାର ରାଜ୍ୟ ସରକାର ପ୍ରମାଣିତ କରିଛନ୍ତି ବୋଲି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସମ୍ପାଦିକା ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱାଳ କହିଛନ୍ତି ଯେ , ଏହି ଦୁଷ୍କର୍ମ ଘଟଣାରେ ସ୍ଥାନୀୟ ଲୋକଙ୍କୁ ଆତଙ୍କୀତ କରିଛି ।
ଗତ ଡିସେମ୍ବର ୨୪ ତାରିଖରେ ବନ୍ଧୁକ ମୁନରେ ଭୟଭୀତ କରାଯାଇ ମହିଳାଙ୍କ ସହ ଯେଉଁ ଭଳି ଭାବେ ଗଣ ଦୁଷ୍କର୍ମ କରାଯାଇଛି । ତାହା ଅତ୍ୟନ୍ତ୍ ଲଜ୍ୟା ଜନକ ବୋଲି ବିଜେପି କହିଛି ।ମହିଳାଙ୍କ ପରିବାର ତରଫରୁ ରୁଜୁ ହୋଇଥିବା ମାମଲା ଅନୁସାରେ ମୁଖ୍ୟ ଅଭିଯୁକ୍ତ ଲାଲ ବାହାଦୁର ଦର୍ଜୀ ଏବଂ ମୀନ ବାରିକଙ୍କୁ ଶାସକ ଦଳର ସୁରକ୍ଷା କାରଣରୁ ବର୍ତ୍ତାମାନ ସୁଦ୍ଧା ଗିରଫ କରାଯାଇ ନାହିଁ ଏବଂ ସେମାନେ ନିର୍ଭୟରେ ବାହାରେ ବୁଲୁଛନ୍ତି ।
ଏଭଳି ଅଭାବନୀୟ ଘଟଣା ଘଟିବାର ୧୧ ଦିନ ହେଲା ବିତିଯାଇଥିଲେ ସୁଦ୍ଧା ପୋଲିସ ହାତ ଖାଲି ରହିବା ଅତ୍ୟନ୍ତି ଚିନ୍ତାଜନକ ବିଷୟ ବୋଲି ଡ ବିଶ୍ୱାଳ କହିଛନ୍ତି । ବ୍ରାହ୍ମୋଣି ଗାଁ ମହିଳା ଗଣ ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କ ମହିଳା ସୁରକ୍ଷା ନୀତିର ମିଛ ବାହାସ୍ପୋଟ ଆଜି ପୁଣି ପଦାରେ ପଡିଛି । ଅପରାଧିଙ୍କୁ ତୁରନ୍ତ ଗିରଫ କରାଯିବା ସହ ପୀଡିତାଙ୍କୁ ନ୍ୟାୟ ମିଳୁବୋଲି ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।
Comments are closed.