Latest Odisha News

BREAKING NEWS

ଏପ୍ରିଲ୍ ୭ରେ ପୁଣି ଓଡିଶା ଆସିବେ ଅମିତ ଶାହ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏପ୍ରିଲ୍ ୭ ତାରିଖରେ ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ।

ଏସମ୍ପର୍କରେ ବିଜେପି ରାଜ୍ୟ ସଚିବ ଜତିନ ମହାନ୍ତି ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶ୍ରୀଯୁକ୍ତ ଶାହ ଗଞ୍ଜାଲ ଜିଲ୍ଲା ପୋଲସରା ଏବଂ ବରଗଡ ଜିଲ୍ଲାରେ ଆୟୋଜିତ ଏକ ବିଜୟ ସଙ୍କଳ୍ପ ସମାବେଶରେ କର୍ମୀଙ୍କୁ ସମ୍ବୋଦ୍ଧନା କରିବାର କାର୍ଯ୍ୟକ୍ରମ ରହିଛି ।

ଉଲ୍ଲେଖଯୋଗ୍ୟ, ଏପ୍ରିଲ୍ ୧ ତାରିଖରେ ଶାହ ଓଡିଶା ଗସ୍ତରେ ଆସି ଗଜପତି ଜିଲ୍ଲାର କାଶିନଗର ବ୍ଲକ ଓ ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଆୟୋଜିତ ଏକ ବିଜୟ ସଙ୍କଳ୍ପ ସମାବେଶରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ ।

Leave A Reply

Your email address will not be published.