Latest Odisha News

BREAKING NEWS

ଗୁଜରାଟର ୨ ଖାଲି ପଡିଥିବା ରାଜ୍ୟସଭା ସିଟ୍ ହାତେଇଲା ବିଜେପି

ନୂଆଦିଲ୍ଲୀ:ଗୁଜରାଟର ଖାଲି ପଡିଥିବା ୨ଟି ଯାକ ରାଜ୍ୟସଭା ସିଟ୍ ବିଜେପି ହାତେଇଛି । ଦିନେଶଚନ୍ଦ୍ର ଜେମାଲଭାଇ ଓ ରାମାଭାଇ ହରଜିବାଇ ଯଥାକ୍ରମେ ଅନବାଦିୟା ଓ ମୋକାରିୟାରୁ ସହଜରେ ରାଜ୍ୟସଭାକୁ ଯାଇପାରିଛନ୍ତି । କଂଗ୍ରେସ ନେତା ଅହମ୍ମଦ ପଟେଲ ଓ ବିଜେପିର ଗଣପତରାୟ ଭରଦ୍ୱାଜଙ୍କ ମୃତ୍ୟୁ ପରେ ଏହି ଦୁଇଟି ସିଟ ଖାଲି ପଡିଥିଲା ।

ତେବେ କଂଗ୍ରେସ ହାତରୁ ରାଜ୍ୟସଭାର ଗୋଟିଏ ସିଟ ହାତମୁଠାରୁ ଖସି ଯାଇଛି । ଦୁଇ ଡମି କ୍ୟାଣ୍ଡିଡେଟ୍ସ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ ବିଜେପିକୁ ଏହା ଫାଇଦାରେ ରଖିଥିଲା । ରିଟର୍ଣ୍ଣିଂ ଅଫିସର ସିବି ପାଣ୍ଡ୍ୟା ଏହା ଘୋଷଣା କରିଛନ୍ତି ।

Comments are closed.