Latest Odisha News

BREAKING NEWS

ସମ୍ପୂର୍ଣ୍ଣ ଡିଜିଟାଲ ହେଲା ଓଡିଶା ବଜେଟ୍‌, ଉପଲବ୍ଧ ହେଲା ସ୍ୱତନ୍ତ୍ର ଓଡିଶା ବଜେଟ୍

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡିଶା ବଜେଟ ଡିଜିଟାଲ ମୋଡକୁ ପରିବର୍ତ୍ତତ୍ତିତ ହୋଇଛି । ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ପେପରଲେସ୍ ଭାବରେ ଆଇପ୍ୟାଡ୍ ଜରିଆରେ ବିଧାନସଭାରେ ଉପସ୍ଥାପିତ କରିଛନ୍ତି ୨୦୨୧-୨୨ ରାଜ୍ୟ ବଜେଟ୍ । ଓଡିଶା ବଜେଟ୍ ୨୦୨୧-୨୨ ପାଇଁ ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର ଆପଲ ଆପ୍ ଷ୍ଟୋରରେ ଉପଲବ୍ଧ ହୋଇଛି ସ୍ୱତନ୍ତ୍ର ଓଡିଶା ବଜେଟ୍ ଆପ୍ । ସମ୍ପୂର୍ଣ୍ଣ ବଜେଟ୍ ଦସ୍ତାବିଜ୍ ଇଲେକ୍ଟ୍ରୋନିକ ଫର୍ମାଟରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଛି ।

ଦେଶରେ ଦ୍ୱିତୀୟ ରାଜ୍ୟ ଭାବେ ଓଡିଶା ଇ ବଜେଟିଂ ବ୍ୟବସ୍ଥାକୁ ଆପଣାଇଛି । ରାଜ୍ୟ ସରକାର ଇ ବଜେଟିଂ ପାଇଁ ଡିଜିଟାଲ ଭିତ୍ତିଭୂମି ତିଆରି କରିଛନ୍ତି ଏବଂ ଏହି ସବୁଜ ବଜେଟ୍ ପଦକ୍ଷେପ ଦ୍ୱାରା ଦେଢ କୋଟି ପୃଷ୍ଠା କାଗଜ ସଂଚୟ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ଇ ବଜେଟ୍ ଦୁଇ ହଜାର ବଡ ଗଛ ବଞ୍ଚାଇବାରେ ସହାୟକ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.