Latest Odisha News

ପୁଣି ଆସିବ ବିଜେପିର ଜମ୍ମୁ-କାଶ୍ମୀର ପ୍ରାର୍ଥୀ ତାଲିକା

ଶ୍ରୀନଗର: ପୁଣି ଆସିବ ବିଜେପିର ଜମ୍ମୁ-କାଶ୍ମୀର ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା । ଫେରାଇ ନେଲେ ସକାଳେ ଜାରି କରିଥିବା ୪୪ ଜଣିଆ ପ୍ରାର୍ଥୀ ତାଲିକା ।

ତେବେ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଜେପି ପକ୍ଷରୁ ୪୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ହେଲେ ଘୋଷାଣର କେଇଟା ସମୟ ପରେ ଜାରି ହୋଇଥିବା ତାଲିକାକୁ ଫେରାଇ ନେଇଛି ବିଜେପି । ଏହାସହିତ ପ୍ରାର୍ଥୀ ତାଲିକାରେ କିଛି ପରିବର୍ତ୍ତନ କରି ପୁଣି ଏହାକୁ ଖୁବଶୀଘ୍ର ଜାରି କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

ତେବେ କହିରଖୁଛୁ, ବିଜେପି ଆଜି ସକାଳେ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନା ପାଇଁ ୪୪ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଯେଉଁଥିରେ ଜମ୍ମୁ-କାଶ୍ମୀର ୩ଟି ପର୍ଯ୍ୟାୟ ନିର୍ବାଚନ ପାଇଁ, ପ୍ରଥମ ପର୍ଯ୍ୟାୟରେ ୧୫ ପ୍ରାର୍ଥୀ, ଦ୍ବିତୀୟ ପର୍ଯ୍ୟାୟ ପାଇଁ ୧୦ ପ୍ରାର୍ଥୀ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣ ପ୍ରାର୍ଥୀ ନେଇ ତାଲିକା ଜାରି କରିଥିଲା । ଏଥିରୁ ପୂର୍ବ ଉପମୁଖ୍ୟମନ୍ତ୍ରୀ କବିନ୍ଦ୍ର ଗୁପ୍ତା ଏବଂ ଜମ୍ମୁ-କାଶ୍ମୀର ବିଧାନସଭାର ପୂର୍ବ ଅଧ୍ୟକ୍ଷ ନିର୍ମଲ ସିଂହ ବାଦ ପଡିଥିଲେ । ସେମାନଙ୍କୁ ବିଜେପି ଟିକେଟ ଦେଇନଥିଲା । ଏଥିସହିତ ପ୍ରଦେଶ ବିଜେପି ଅଧ୍ୟକ୍ଷ ରବିନ୍ଦ୍ର ରଣାଙ୍କୁ ବି ଟିକେଟ ଦେଇନଥିଲା ବିଜେପି । ଚର୍ଚ୍ଚା ହେଉଛି ଏମାନଙ୍କୁ ନେଇ କିଛି ସଂଶୋଧନ କରିପାରେ ବିଜେପି । ଏହାପରେ ନୂଆ ଲିଷ୍ଟ ଜାରି କରିବ ।

Comments are closed.