Latest Odisha News

BREAKING NEWS

ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବିଜେପି କର୍ମୀଙ୍କ ବିରୋଧ

ଭୁୁବନେଶ୍ୱର : ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବିରୋଧ । ମମିତା ମେହେର ହତ୍ୟା କାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଏକାମ୍ର ମହାବିଦ୍ୟାଳୟ ସାମ୍ନାରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି କର୍ମୀମାନେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କଳା ପତାକା ଦେଖାଇବା ସହ ଅଶୋକ ପଣ୍ଡା ଗୋ ବ୍ୟାକ୍ ନାରାବାଜୀ ଦେଇଥିଲେ । ଏହାପରେ ଘଟଣା ସ୍ଥଳରେ କେତେକ ବିଜେଡି କର୍ମୀ ବିଜେପି କର୍ମୀଙ୍କୁ ବିରୋଧ କରିଥିଲେ । ଏହି ଘଟଣାକୁ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତାପରେ ବିଜେପି କର୍ମୀଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.