Latest Odisha News

BREAKING NEWS

‘ଏକାମ୍ର କାନନରୁ ଗଛ କଟାଗଲେ ନବୀନ ନିବାସ ଆଗରେ ସତ୍ୟାଗ୍ରହ ହେବ’

ଭୁବନେଶ୍ୱର: ଭୁବନେଶ୍ୱର ଏକାମ୍ରକାନନ ଫାର୍ମ ଜମିକୁ ନେଇ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ବିରୋଧରେ ବିଜେପି ପକ୍ଷରୁ ଫାର୍ମ ସମ୍ମୁଖରେ ବିରୋଧ ପ୍ରଦର୍ଶନ । ଭୁବନେଶ୍ୱର ଏକାମ୍ର ଉଦ୍ୟାନ ପରିସରରୁ ଗୋଟିଏ ବି ଗଛ କଟାଯିବାକୁ ଦିଆଯିବନି। ଗଛ କଟାଗଲେ ନବୀନ ନିବାସ ଆଗରେ ସତ୍ୟାଗ୍ରହ ହେବ। ଗୋଟିଏ ଗଛ କଟିଲେ ନବୀନ ନିବାସ ସମ୍ମୁଖରେ ସତ୍ୟାଗ୍ରହ କରିବାକୁ  ଚେତାବନୀ ଦେଇଛନ୍ତି ବିଜେପି ମୁଖପାତ୍ର ଦିଲୀପ ମହାନ୍ତି। ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାଯର୍ୟାନୁଷ୍ଠାନ ଦାବି କରିଛି ବିଜେପି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ଫାର୍ମରେ ଦଶ ହଜାରରୁ ଅଧିକ ମୁଲ୍ୟବାନ ଗଛ ରହିଛି । ଉଦ୍ୟାନକୃଷିରେ ଏହି ଫାର୍ମ ରାଜ୍ୟ ପାଇଁ ବହୁତ ସୁନାମ ଆଣିଛି । ଏଠାରେ ମଧ୍ୟ ବହୁତ ଲୋକ କାର୍ଯ୍ୟ କରି ନିଜର ଜୀବିକା ନିର୍ବାହ କରୁଛନ୍ତି । ଏବେ ଚଂଚକତା କରି ଏହି ଜମିକୁ ଚକ୍ରାନ୍ତ କରୁଛନ୍ତି କିଛି ଅଫିସର ।

ମୁଖ୍ୟ ଶାସନ ସଚିବ ଏକାମ୍ର କାନନ କଥା କହୁଛନ୍ତି କିନ୍ତୁ ଏକାମ୍ର କାନନ ଫାର୍ମ ବିକିବାକୁ ଯୋଜନା କରାଯାଇଥିବା ଅଭିଯୋଗ ହୋଇଛି । ଏକାମ୍ର୍ ଫାର୍ମର ୨୦ ଏକର ୧୯୨ ଡିସିମିଲ ଜମିକୁ ସାଧାରଣ ପ୍ରଶାସନ ବିଭାଗର ଇଷ୍ଟେଟକୁ ହସ୍ତାନ୍ତର କରାଯାଇଥିବା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୁହାଯାଇଥିଲା । ହସ୍ତାନ୍ତର ହୋଇଥିବା ଜାଗାରେ ସରକାର ବାଣିଜ୍ୟକ ପ୍ରତିଷ୍ଠାନ ଓ ବାସଗୃହ କରିବା ପାଇଁ ଯୋଜନା କରୁଛନ୍ତି ବୋଲି କୁହାଯାଇଛି ।

Comments are closed.