Latest Odisha News

BREAKING NEWS

ଶବ ସତ୍କାର ପାଇଁ ୧୦ ହଜାର ଲେଖାଏ ଦେଲା ରେଳ ବିଭାଗ

ଯାଜପୁର: ମାଡି ଆସିଲା ଲୌହ ଦାନବ । କ’ଣ ହେଲା ଭାବିଲା ବେଳକୁ ଚାଲିଗଲାଣି  ୩ ଜୀବନ । ଯାଜପୁର ଜିଲ୍ଲା କୋରେଇ  ରେଳ ଷ୍ଟେଶନ ଦୁର୍ଘଟଣାରେ ଆଖି  ବୁଜିଦେଲେ  ପାର୍ବତୀ ବିନ୍ଧାଣି, ତାଙ୍କ ଝିଅ କଣ୍ଡେଇ ବିନ୍ଧାଣି ଓ ଅବଜୁଲ ବିବି । ମୃତକଙ୍କ ଶବ ସତ୍କାର ପାଇଁ ରେଳ ବିଭାଗ ପକ୍ଷରୁ ଦିଆଯାଇଛି ସହାୟତା । ପ୍ରତ୍ୟେକଙ୍କ ପାଇଁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିଛି ବିଭାଗ ।  ମୃତକ ମାନଙ୍କ ଶବ ବ୍ୟବଚ୍ଛେଦ କାର୍ଯ୍ୟ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି। ରେଳ ବିଭାଗ ର ବରିଷ୍ଠ ଅଧିକାରୀ ଏହି ଆର୍ଥିକ ସହାୟତା ମୃତକଙ୍କ ପରିବାର ବର୍ଗଙ୍କୁ ପ୍ରଦାନ କରିଛନ୍ତି  ।

ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ସୋମବାର ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ  ଯାଜପୁର କେନ୍ଦୁଝର ରୋଡ ରେଳଷ୍ଟେସନ ଠାରୁ ମାତ୍ର ୧୦ କିମି ଦୂରରେ ଥିବା କୋରେଇ ରେଳଷ୍ଟେସନର  ୧ ନଂ ପ୍ଲାଟଫର୍ମ ନିକଟରେ ହିଁ ଘଟିଥିଲା ଏଭଳି ସାଂଘାତିକ ଦୁର୍ଘଟଣା। ଲାଇନଚ୍ୟୁତ ହୋଇଥିଲା ମାଲବାହୀ ଟ୍ରେନ ।   ଟ୍ରେନଟିର ବେଗ ଅଧିକ ରହିଥିବାରୁ ଉକ୍ତ ବଗି ଗୁଡ଼ିକ ବିକ୍ଷିପ୍ତ ଭାବେ ଏଣେତେଣେ ଛିଟିକି ଯାଇଥିଲା।

ଦୁର୍ଘଟଣାରେ ୪ଟି ଡବା ପ୍ଲାଟଫର୍ମ ଉପରକୁ ମାଡ଼ିଯିବା ସହିତ ଫୁଟ ଓଭର ବ୍ରିଜ ଭାଙ୍ଗିଯାଇଥିଲା । ଏଥିସହିତ  ଯାତ୍ରୀ ବିଶ୍ରାମ ଗୃହ ସମେତ ଟିକେଟ କାଉଣ୍ଟର ଗୃହ ମଧ୍ୟ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା l ଏଥିରେ ଷ୍ଟେସନମାଷ୍ଟର କାର୍ଯ୍ୟାଳୟ ମଧ୍ଯ ଅଧା ଭାଙ୍ଗିଯାଇଛି।

ପୂର୍ବତଟ ରେଳବାଇର ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ ସୂଚନା ମିଳିଛି। ଆଗକୁ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ମଧ୍ଯ ରହିଛି।

ଏଠି କହିରଖିବୁ,  କୋରେଇ ରେଳ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ  ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଧାରଣା ଦିଆଯାଇଛି ।  ୫୦ ଲକ୍ଷ ଟଙ୍କା ଓ ଚାକିରୀ ଦାବିରେ ଷ୍ଟେସନରେ ଧାରଣା ଦେଇଛନ୍ତି ପରିବାର ସଦସ୍ୟ  । କୋରେଇ ରେଳ ଷ୍ଟେସନରେ ମାଲବାହି ଟ୍ରେନ ଦୁର୍ଘଟଣାରେ ମୃତ ହୋଇଥିବା ଅବୁଜୁଲା ବିବିଙ୍କ ପରିବାର ପକ୍ଷରୁ ଏହି ରଣା ଦିଆଯାଇଛି ।

Leave A Reply

Your email address will not be published.