Latest Odisha News

BREAKING NEWS

ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ଇସ୍ତଫା

ବ୍ରହ୍ମପୁର: ବିଜେପି ଘୁମୁସର ସାଙ୍ଗଠନିକ ଜିଲାର ଯୁବ ମୋର୍ଚ୍ଚା ସଭାପତି ପଦରୁ ପ୍ରମୋଦ କୁମାର ପଣ୍ଡା ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ଯୁବ ମୋର୍ଚ୍ଚା ସଭାପତି ଈରାସିସ ଆଚାର୍ଯ୍ୟଙ୍କ ପାଖକୁ ପଠାଇଛନ୍ତି।

ଗୁରୁବାର କୋଦଳା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରମୋଦ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଉଭୟ ଜିଲା ଏବଂ ରାଜ୍ୟ ନେତୃତ୍ୱର କାର୍ଯ୍ୟକଳାପରେ ଅସନ୍ତୋଷ ହୋଇ ସେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି।

ସେହିଭଳି ଓବିସି ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ତଥା ଗଜପତି ଜିଲା ଓବିସି ମୋର୍ଚ୍ଚା ସଭାପତି ବନିନ୍ଦ୍ର କୁମାର ସାହୁ ମଧ୍ୟ ଇସ୍ତଫା ଦେଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।

Comments are closed.