Latest Odisha News

BREAKING NEWS

ନବୀନଙ୍କ ମହିଳା କାର୍ଡକୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ କାଉଣ୍ଟର !

ଭୁବନେଶ୍ୱର: ଧାମନଗରରେ ପ୍ରଚାର ଜମିବ । ବିଜେଡିକୁ ଗୋଡ଼େ ଗୋଡ଼େ ଜଗିବ ବିଜେପି । ନାମାଙ୍କନ ସରିନି କି ପ୍ରଚାର ଆରମ୍ଭ ହୋଇନି । କିନ୍ତୁ ଧାମନଗର ଉପନିର୍ବାଚନକୁ ନେଇ ଆରମ୍ଭ ହେଲାଣି କାଉଣ୍ଟର ରାଜନୀତି । ବୁଧବାର ବିଜେଡି ମହିଳା କାର୍ଡ ଖେଳି ଅବନ୍ତୀ ଦାସଙ୍କୁ ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଥିଲା । ଆଉ ବିଜେଡିର ପ୍ରାର୍ଥୀ ଘୋଷଣାର ଠିକ୍ ପରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ କାଉଣ୍ଟର କରିଛନ୍ତି । ନାଁ ନନେଇ ପରୋକ୍ଷରେ ବିଜେଡି ଶିବିରକୁ ତୀର ମାରିଛନ୍ତି ସୂର୍ଯ୍ୟବଂଶୀ । କହିଛନ୍ତି-

ପ୍ରାର୍ଥିପତ୍ର ଦାଖଲ ଆଗରୁ ମାଆଙ୍କ ଆଶୀର୍ବାଦ ନେଇ ପଚାରିଥିଲି ମାଆ ଏବେ ମୁଁ କଣ କରିବି ? ମାଆ କହିଥିଲେ, ପୁଅରେ ମୁଁ ଏକା ତୋ ମାଆ ନୁହେଁ । ଧାମନଗରରେ ତୋର ହଜାର ହଜାର ମାଆ ମାନେ ଅଛନ୍ତି । ସେମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କର ।

ପ୍ରଚାର ଆରମ୍ଭ ପୂର୍ବରୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜେଡିକୁ ପରୋକ୍ଷ କାଉଣ୍ଟର କରିବା ଭଦ୍ରକ ରାଜନୀତିକୁ ଆଉ ଟିକେ ଉଷ୍ମ କରିଛି । ସେପଟେ ଏକାଧିକ ଆଶାୟୀଙ୍କୁ ମନାଇବା ପରେ ବିଜେଡି ଅବନ୍ତୀ ଦାସଙ୍କୁ ଟିକେଟ୍ ଦେଇଥିବା ବେଳେ ଦଳ ଭିତରେ ଅସନ୍ତୋଷ କୁହୁଳୁଛି । ଚର୍ଚ୍ଚା ହେଉଛି ଅସନ୍ତୁଷ୍ଟ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ଲଢ଼ିବେ । ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ହେଲେ ବିଜେଡିକୁ କ୍ଷତି ହେବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ଧାମନଗର ଉପନିର୍ବାଚନରେ କଂଗ୍ରେସର ପଲ୍ଲା ସେତେଟା ଭାରି ନଥିବା ବେଳେ ଏବେ ସମସ୍ତଙ୍କ ନଜର ବିଜେପି, ବିଜେଡି ଉପରେ ରହିଛି ।

Leave A Reply

Your email address will not be published.