Latest Odisha News

BREAKING NEWS

ମହିଳା ଏସିଆ କପ କ୍ରିକେଟ: ଫାଇନାଲରେ ଭାରତ

ସିଆଲହେଟ: ଚଳିତ ମହିଳା ଏସିଆ କପ କ୍ରିକେଟରେ ଭାରତ ଗୁରୁବାର ଥାଇଲାଣ୍ଡକୁ ୭୪ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୮ ରନ କରିଥିଲା । ଶେଫାଳୀ ବର୍ମା ୪୨ ଏବଂ ଅଧିନାୟିକା ହରମନପ୍ରୀତ କୌର ୩୬ ରନର ଇନିଂସ ଖେଳିଥିଲେ । ଥାଇଲାଣ୍ଡର ସୋର୍ଣ୍ଣାରିନ ଟପୋଚ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଥାଇଲାଣ୍ଡ ୨୦ ଓଭରରେ ୯ ୱିକେଟ ହରାଇ ୭୪ ରନ କରିବାକୁ ସକ୍ଷମ ହୋଇଥିଲେ । ନାରେମୋଲ ଚାଇୱାଇ ୨୧ ଓ ନାତ୍ୟା ବୁଚାହାଥମ(୨୧)ଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ୨ ଅଙ୍କ ଛୁଇଁ ପାରି ନ ଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ୩ଟି, ରାଜେଶ୍ୱାର ଗାଏକ୍ୱାଡ ୨ଟି ଏବଂ ରେଣୁକା ସିଂ, ସ୍ନେହ ରାଣା ଓ ଶେଫାଳୀ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

ପ୍ରଭାବୀ ପ୍ରଦର୍ଶନ ପାଇଁ ଶେଫାଳୀଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚନା କରାଯାଇଥିଲା । ଲିଗ ପର୍ଯ୍ୟାୟଠାରୁ ସେମିଫାଇନାଲ ପର୍ଯ୍ୟନ୍ତ ଭାରତ କେବଳ ପାକିସ୍ତାନ ନିକଟରୁ ପରାଜିତ ହୋଇଥିବା ବେଳେ ଅନ୍ୟ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି । ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭାରତ ଫାଇନାଲରେ ଭେଟିବ ।

Leave A Reply

Your email address will not be published.