Latest Odisha News

BREAKING NEWS

ଦୀପିକାଙ୍କ ମାନସିକ ରୋଗ ଏବଂ ଡିପ୍ରେସନକୁ ମିଛ କହୁଥିଲେ ଲୋକେ

ମୁମ୍ୱାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ। ତାଙ୍କର ପ୍ରଶଂସକ କୋଟି କୋଟିରେ ଅଛନ୍ତି। ଚଳଚ୍ଚିତ୍ର ବ୍ୟତୀତ ଅଭିନେତ୍ରୀ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରୁହନ୍ତି। ଦୀପିକା ହେଉଛନ୍ତି ଏକମାତ୍ର ବଲିଉଡ ଅଭିନେତ୍ରୀ ଯିଏ ମାନସିକ ସ୍ୱାସ୍ଥ୍ୟ ଏବଂ ଡିପ୍ରେସନ ସହ ଜଡିତ ସମସ୍ୟା ବିଷୟରେ ସର୍ବଦା ଖୋଲାଖୋଲି ଭାବରେ ଆଲଚୋନା କରନ୍ତି। ଦୀପିକା ନିଜର ଏକ ଫାଉଣ୍ଡେସନ ଚଳାନ୍ତି ଏବଂ ଅଧିକରୁ ଅଧିକ ଲୋକଙ୍କୁ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଅବଗତ କରାନ୍ତି।

ନିକଟରେ ସେ କହିଛନ୍ତି ଯେ ଯେତେବେଳେ ସେ ଲୋକମାନଙ୍କୁ ତାଙ୍କର ଡିପ୍ରେସନ୍ ବିଷୟରେ କୁହନ୍ତି, ଲୋକେ ଭାବନ୍ତି ଯେ ସେ ମିଛ କହୁଛନ୍ତି ଏବଂ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ଏପରି କରୁଛନ୍ତି। ଅଭିନେତ୍ରୀ ନିକଟରେ ମେଘନ ଡଚେସ ଅଫ୍ ସସେକ୍ସ ଆର୍କେଟାଇପ୍ସ ପୋଡକାଷ୍ଟରରେ ସାମିଲ ହୋଇଥିଲେ। ମାନସିକ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ବେଳେ ସେ କହିଥିଲେ ଯେ ଯେତେବେଳେ ସେ ଡିପ୍ରେସନର ମୁକାବିଲା କରୁଥିଲେ, ଚିକିତ୍ସା ସମୟରେ ତାଙ୍କ ପରିବାର ଏବଂ ତାଙ୍କ ମାଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୦୧୫ ରେ, ଦୀପିକା ପାଦୁକୋନ ପ୍ରକାଶ କରିଥିଲେ ଯେ ସେ ଡିପ୍ରେସନର ଶିକର ହୋଇଛନ୍ତି। ବର୍ତ୍ତମାନ, ମେଘନ ମାର୍କେଲଙ୍କ ସହ ଆଲୋଚନା ବେଳେ ଅଭିନେତ୍ରୀ କହିଛନ୍ତି, “ଶେଷରେ ଲୋକମାନେ ବିଶ୍ୱାସ କରିବାକୁ ଲାଗିଲେ ଯେ ଡିପ୍ରେସନ ଏକ ମାନସିକ ରୋଗ ପରି। ସତେବେଳେ ଏହା ଶୁଣି ବହୁତ ଖରାପ ଲାଗୁଥିଲା। କିନ୍ତୁ କଥାରେ ଅଛି ଯେତେ ଭଲ କାମ କରନ୍ତୁ ନା କାହିଁକି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଖରାପ ହିଁ କହିବେ।”

ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଯେତେବେଳେ ବି ମୁଁ ମୋର ମାନସିକ ରୋଗ ବିଷୟରେ କହେ କିମ୍ବା ମୁଁ ଡିପ୍ରେସନର ଶିକାର ହୋଇଛି ବୋଲି କହେ ଲୋକେ ଭାବନ୍ତି ଯେ ମୁଁ ମିଛ କହୁଛି। ମୋର କିଛି ଚଳଚ୍ଚିତ୍ରକୁ ପ୍ରମୋସନ କରିବା ପାଇଁ ମୁଁ କହୁଛି ଏବଂ କିଛି ଲୋକ ଭାବନ୍ତି ଯେ ମୁଁ ଏହିପରି କହିବାକୁ କିଛି ଫାର୍ମାସ୍ୟୁଟିକାଲ୍ କମ୍ପାନୀରୁ ଟଙ୍କା ନେଉଛି।”

ଅନ୍ୟପକ୍ଷରେ, ଅଭିନେତ୍ରୀଙ୍କ କାର୍ଯ୍ୟ ସମ୍ପର୍କରେ ଯଦି ଆଲୋଚନା କରିବା ତେବେ ଆଗକୁ ତାଙ୍କର ଅନେକ ବଡ ପ୍ରୋଜେକ୍ଟ ଅଛି। ସେ ‘ପଠାନ’ରେ ଶାହରୁଖ ଖାନଙ୍କ ସହ ସ୍କ୍ରିନ୍ ସେୟାର କରିବେ। ଏହା ବ୍ୟତୀତ ସେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ସୁଟିଂ କରୁଛନ୍ତି, ଯେଉଁଥିରେ ପ୍ରଭାସ ଏବଂ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରୁଛନ୍ତି। ଦୀପିକାଙ୍କୁ ‘ଦି ଇଣ୍ଟରନେଟ୍’ର ହିନ୍ଦୀ ରିମେକରେ ମଧ୍ୟ ଦେଖିବାକୁ ମିଳିବ।

Leave A Reply

Your email address will not be published.