Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକପ୍ଟର ଆଡକୁ କଳା ବେଲୁନ ଛାଡି ୩ କଂଗ୍ରେସ କର୍ମୀ ଗିରଫ

ହାଇଦ୍ରାବାଦ: ବିଜୟୱାଡାର ଗାନ୍ନାଭାରମ ବିମାନ ବନ୍ଦରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ତାଙ୍କ ହେଲିକପ୍ଟର ଆଡକୁ କଳା ବେଲୁନ ଛଡା ଯାଇଥିଲା । ଏ ନେଇ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ଥାନୀୟ ପୋଲିସ ୪ ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି । ମୋଦିଙ୍କ ଗସ୍ତକୁ ଏଠାରେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଏହା ପରେ ଏକ ସ୍ୱତନ୍ତ୍ର ବିମାନ ଯୋଗ ଫେରିବାକୁ ଯାଉଥିବା ବେଳେ କଳା ବେଲୁନ ଛଡା ଯାଇଥିଲା ।

ସ୍ୱାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତରାମ ରାଜୁଙ୍କ ୧୨୫ତମ ଜୟନ୍ତୀ ସମାରୋହରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ଆନ୍ଧ୍ରପ୍ରଦେଶ ଯାଇଥିଲେ । ସେଠାରେ ସେ ରାଜୁଙ୍କ ୩୦ ଫୁଟ ଉଚ୍ଚର ଏକ ବ୍ରୋଞ୍ଜ ପ୍ରତିମା ଲୋକାର୍ପଣ କରିଥିଲେ । ସମସ୍ତ କଡା ସୁରକ୍ଷା ସତ୍ୱେ ବିମାନବନ୍ଦର ନିକଟରେ ଥିବା ଏକ ନିର୍ମାଣଧୀନ ଘରର ଛାତ ଉପରୁ ସେମାନେ କଳା ବେଲୁନ ଛାଡିଥିଲେ ।

Leave A Reply

Your email address will not be published.