Latest Odisha News

BREAKING NEWS

କାଳିଆ ପ୍ରେମରେ ଭକ୍ତ ବାମନ। ଦର୍ଶନ ପାଇଁ ଧାଇଁ ଆସିଛନ୍ତି ଶରଧାବାଲି

ପୁରୀ : ଭକତ ଭାବରେ ବନ୍ଧା ସେ କାଳିଆ। ଆଉ କାଳିଆ ପ୍ରେମରେ ଛୁଆରୁ ବୁଢା ସଭିଏଁ ମସଗୁଲ। ଦୁଖୀ ରଙ୍କୀ ସମସ୍ତେ ତା ପାଇଁ ସମାନ। ତା ପ୍ରେମ ପାଇଁ ସବୁ ପାଗଳ। ଏମିତି ଜଣେ ଭକ୍ତ ଧାଇଁ ଆସିଛନ୍ତି କାଳିଆ ଦର୍ଶନ ପାଇଁ।  କଟକର  ଭକ୍ତ ବାମନ ହେଉଛନ୍ତି ଚନ୍ଦନ ମହାନ୍ତି । ବୟସ ୧୭ ହେଲେ ଉଚ୍ଚତା ଯୋଗୁ ତାଙ୍କୁ ଅନେକ କଥା ଶୁଣିବାକୁ ପଡିଛି। ହେଲେ ସେ କୌଣସି କଥାକୁ ଭୃକ୍ଷେପ ନକରି ପ୍ରଭୁଙ୍କ ଧ୍ୟାନରେ ରହିଛନ୍ତି। ଆଉ ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ ଧାଇଁଆସିଛନ୍ତି ବଡ଼ ଦାଣ୍ଡକୁ।

ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାବେଳେ ମାନସିକ ସ୍ଥିତି ବି ଭଲ ନାହିଁ। ଏତେ ଦୂରରୁ ଦଉଡିଆସିଛନ୍ତି ଜଗାକୁ ଗୁହାରି କରିବାକୁ। ମନରେ ତାଙ୍କର ଅନେକ କଥା। ଜଗାକୁ ଜଣାଇବେ ନିଜ ମନର କଥା। ବହୁ ଥର ଜଗାକୁ ଆଶ୍ରା କରି ଦର୍ଶନ ଟିକେ ପାଇଁ ନିଜ ପରିବାର ସହ ଦଉଡି ଆସିଛନ୍ତି ଜଗା ପାଖକୁ।

ଜଗା ଭାବରେ ସବୁ ବନ୍ଧା। ଏଥିରୁ ଏହି ଭକ୍ତ ବାମନ ବାଦ୍ ପଡ଼ିଥାନ୍ତେ ବା କିପରି ??ବହୁ ବାଧା ବିଘ୍ନ ନେଇ ମନରେ ଅନେକ କୋହ ଆଉ ବ୍ୟଥାକୁ ଚାପି ରଖି ଦଉଡି ଆସିଛନ୍ତି ଶରଧା ବାଲି ଟିକେ ଜଗାର ଦର୍ଶନ ପାଇଁ।

 

 

Leave A Reply

Your email address will not be published.