Latest Odisha News

BREAKING NEWS

ସୂର୍ଯ୍ୟଙ୍କ ତୁଳନାରେ ୩୩ଗୁଣ ବଡ ବ୍ଲାକହୋଲ ଠାବ

ନୂଆଦିଲ୍ଲୀ: ଆକାଶଗଙ୍ଗାରେ ଏକ ନୂତନ ସ୍ଲିପିଂ ଜ୍ୟାଂଟ ବ୍ଲାକ ହୋଲ ଠାବ କରାଯାଇଛି । ସୂର୍ଯ୍ୟଙ୍କ ତୁଳନାରେ ଏହା ୩୩ଗୁଣ ବଡ ହେବ ବୋଲି ଅନୁମାନ କରାଯାଉଛି । ଏହାର ନାମ ଗାଇଆ ବିଏଚ୩ ଦିଆଯାଇଛି । ବୈଜ୍ଞାନିକମାନେ ପୃଥିବୀଠାରୁ ୨୦୦୦ ପ୍ରକାଶ ବର୍ଷ ଦୂରରେ ଥିବା ଏକ୍ୱିଲା ତାରାମଣ୍ଡଳରେ ଏହାକୁ ଠାବ କରିଛନ୍ତି । ପୂର୍ବରୁ ପୃଥିବୀର ସବୁଠାରୁ ନିକଟରେ ଗାଇଆ ବିଏଚ୧କୁ ବୈଜ୍ଞାନିକମାନେ ଚିହ୍ନଟ କରିଥିଲେ । ଏହା ସୂର୍ଯ୍ୟଙ୍କ ତୁଳନାରେ ୧୦ଗୁଣ ବଡ ହେବ ଏବଂ ୧୫୦୦ ପ୍ରକାଶ ବର୍ଷ ଦୂରରେ ଅବସ୍ଥାପିତ । ବେଳେ ବେଳେ ବ୍ଲାକ ହୋଲ ନିକଟରେ କୌଣସି ନକ୍ଷତ୍ର ନ ଥିବାରୁ ଏହା ଦେଖାଯାଇ ନାହିଁ ।

ଆକାଶଗଙ୍ଗାରେ ଅନେକ ତାରକୀୟ ଦ୍ରବ୍ୟମାନ ବ୍ଲାକ ହୋଲ ଥିବା ବୈଜ୍ଞାନିମାନେ ଅନୁମାନ କରୁଛନ୍ତି । ପ୍ରତ୍ୟେକ ବଡ ଆକାଶ ଗଙ୍ଗାର କେନ୍ଦ୍ରରେ ଏକ ସୁପରମାସିଭ ବ୍ଲାକ ହୋଲ ରହିଥାଏ । ଏହାକୁ ସ୍ୟାଗେଟେରିୟସ ଏ କୁହା ଯାଇଥାଏ । ଏହାର ଦ୍ରବ୍ୟମାନ ୪ ମିଲିୟନ ସୂର୍ଯ୍ୟ ସମକକ୍ଷ ହେବ ବୋଲି ଆକଳନ କରାଯା ଇଛି । ଏହା ଅତି କମରେ ଲକ୍ଷ ଲକ୍ଷ ପୃଥିବୀକୁ ନିଜ ମଧ୍ୟରେ ଲୀନ କରିପାରିବ ।

Leave A Reply

Your email address will not be published.