Latest Odisha News

BREAKING NEWS

ଆଉ ୯ ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି, କଣ୍ଟାବାଞ୍ଜିରୁ ଲଢିବେ ନବୀନ

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପାଇଁ ୫ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି । ରେଢ଼ାଖୋଲରୁ ପ୍ରାର୍ଥୀ ହେଲେ ପ୍ରସନ୍ନ ଆଚାର୍ଯ୍ୟ ଏବଂ ସମ୍ବଲପୁରରୁ ପ୍ରାର୍ଥୀ ହେଲେ ରୋହିତ ପୂଜାରୀ ।

ସେହିପରି, ଜୟପୁରରୁ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ, ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ସାନଖେମୁଣ୍ଡିରୁ ରାଣୀ ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତରିଆ, ଦେବଗଡ଼ରୁ ଅରୁନ୍ଧତି କୁମାରୀ ଦେବୀ, ନିମାପଡ଼ାରୁ ଦିଲୀପ କୁମାର ନାୟକ ଓ ଅନୁଗୁଳରୁ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ପତ୍ନୀ ସଙ୍ଗୀତା ସିଂଙ୍କୁ ଦଳ ପ୍ରାର୍ଥୀ କରିଛି ।

ଏହା ସହିତ ବିଜେଡି ମୋଟ ୧୨୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ତେବେ ୨୦୧୯ ଭଳି ଏଥର ମଧ୍ୟ ୨ଟି ଆସନରେ ନିର୍ବାଚନ ଲଢିବେ ନବୀନ ।

 

Leave A Reply

Your email address will not be published.