ନୂଆଦିଲ୍ଲୀ: ବ୍ଲାକ୍ ହୋଲ୍ ବିଷୟରେ ଆପଣ ଶୁଣିଥିବେ ତ ନିଶ୍ଚୟ? କିନ୍ତୁ ଏହା କଣ, ଏହାର ବୈଶିଷ୍ଟ୍ୟଗୁଡିକ କ’ଣ, ଏହା ପଛର ରହସ୍ୟ ଆଦି ବିଷୟରେ ଆପଣ ଜାଣନ୍ତି କି? ଆଜି ଆମେ ଆପଣଙ୍କୁ ଏହି ବ୍ଲାକ୍ ହୋଲ୍ ବିଷୟରେ କହିବୁ । ଏହା ବ୍ୟତୀତ, ଆମେ ଆପଣଙ୍କୁ ଏହା ସହିତ ଜଡିତ କିଛି ରହସ୍ୟ ବିଷୟରେ ମଧ୍ୟ କହିବୁ, ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ବ୍ଲାକ୍ ହୋଲ୍ ବ୍ରହ୍ମାଣ୍ଡର ସବୁଠାରୁ ରହସ୍ୟମୟ ପିଣ୍ଡ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ସେଗୁଡିକ୍ ବିଷୟରେ କୌଣସି ପ୍ରତ୍ୟକ୍ଷ ସୂଚନା ନାହିଁ କାରଣ ସେଗୁଡିକ ନିଜର ଅତି ଶକ୍ତିଶାଳୀ ମାଧ୍ୟାକର୍ଷଣ ଶକ୍ତି ବଳରେ ଆଖପାଖ ଆଲୋକ ପ୍ରତି ଆକର୍ଷିତ ହୁଅନ୍ତି। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ବ୍ଲାକ୍ ହୋଲ୍ ଯେପରି ପଦାର୍ଥ ଗ୍ରହଣ କରେ ଏହାର ଆକାର ସେପରି ନିର୍ଦ୍ଧାରିତ ହୁଏ। ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ମହାକାଶ ବୈଜ୍ଞାନିକମାନେ ଗତ ନଅ ବିଲିୟନ ବର୍ଷ ମଧ୍ୟରେ ଦ୍ରୁତତମ ବୃଦ୍ଧି ପାଉଥିବା ବ୍ଲାକ୍ ହୋଲକୁ ପ୍ରଥମ ଥର ପାଇଁ ଚିହ୍ନଟ କରିଛନ୍ତି । ଏହାର ଆକାର ସୂର୍ଯ୍ୟଙ୍କ ତୁଳନାରେ ପ୍ରାୟ ୩ ବିଲିୟନ ଗୁଣ ଅଧିକ ।
ତେବେ ଏହି ବ୍ଲାକ୍ ହୋଲ୍ କୁ କୃଷ୍ଣଗର୍ତ୍ତ ମଧ୍ୟ କୁହାଯାଏ । ଏହି ହୋଲ୍ ନିଜର ମାଧ୍ୟାକର୍ଷଣ ସାହାର୍ଯ୍ୟରେ ଆଲୋକକୁ ମଧ୍ୟ ଯିବାକୁ ଦେଇନଥାଏ। ମହାକାଶରେ କୃଷ୍ଣଗର୍ତ୍ତ ଅସୀମ ବସ୍ତୁତ୍ୱ ବିଶିଷ୍ଟ ଏକ ବିନ୍ଦୁ । ଏହି ହୋଲର ମହାକର୍ଷଣ ପ୍ରଭାବ ଏତେ ଅଧିକ ଯେ, ବ୍ରହ୍ମାଣ୍ଡରେ ସର୍ବାଧିକ ବେଗର ଅଧିକାରୀ ଆଲୋକ ମଧ୍ୟ ତା’ର ମହାକର୍ଷଣକୁ ପ୍ରତିହତ କରିବାରେ ଅସମର୍ଥ ହୋଇଥାଏ । ଏହି ବ୍ଲାକ୍ ହୋଲ୍ କୁ ଆମେ ଏକ ଅଦୃଶ୍ୟ ଛିଦ୍ର ବୋଲି ମଧ୍ୟ କହିପାରିବା । ମହାକାଶରେ ଅତି ଘନ ବସ୍ତୁ ସ୍ଥାନ-କାଳର ସଂରଚନାକୁ ସମ୍ପୂର୍ଣ୍ଣ ଭାବେ ବିକୃତ କରି କୃଷ୍ଣଗର୍ତ୍ତ ଭାବେ ପରିଗଣିତ ହୁଏ ।
କୃଷ୍ଣଗର୍ତ୍ତ ଚତୁଃପାର୍ଶ୍ୱକୁ ପାରକରି ଏହାର ପ୍ରଭାବ କ୍ଷେତ୍ର ବାହାରକୁ ଯାଇହେବ ନାହିଁ । କୃଷ୍ଣଗର୍ତ୍ତର ପ୍ରଭାବ କ୍ଷେତ୍ରକୁ “ଘଟଣା କ୍ଷିତିଜ” ବୋଲି କୁହାଯାଏ । ଏହି ଘଟଣା କ୍ଷିତିଜ ବାହାରେ ଥିବା ଜଣେ ଦେଖଣାହାରୀ ଏହା ଭିତରେ କଣ ହେଉଛି ତାହା ଦେଖି/ଜାଣି ପାରିବ ନାହିଁ । ଅପରପକ୍ଷେ କୃଷ୍ଣଗର୍ତ୍ତ ମଧ୍ୟରେ ସ୍ଥାନ-କାଳ ସଂରଚନା ସମ୍ପୂର୍ଣ୍ଣଭାବେ ବିକୃତ । ତେଣୁ ଏହା ମଧ୍ୟକୁ ଯଦି ଜଣେ ଦେଖଣାହାରୀ ପ୍ରବେଶ କରେ ତେବେ ତା’କୁ କେବଳ ଏକକତ୍ୱ ବିନ୍ଦୁ ଦେଖାଯିବ ।
Comments are closed.