Latest Odisha News

BREAKING NEWS

କ୍ୟାନସର ରୋଗୀଙ୍କୁ ରାସ୍ତା ଉପରେ ଶୁଆଇ ପ୍ରତିବାଦ

କଟକ: ରାଜରାସ୍ତାରେ ଶୋଇଲେ କ୍ୟାନ୍‌ସର ରୋଗୀ । ମିଳିଲାନି ଚିକିତ୍ସା । ଉତ୍ତମ ଚିକିତ୍ସା ଦାବିରେ ରାସ୍ତାରେ ଉପରେ ରୋଗୀଙ୍କୁ ଶୁଆଇ ପ୍ରତିବାଦ କଲେ ଗାଁ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ-କଳାପଥର ମୁଖ୍ୟ ରାସ୍ତାରେ । କିଛି ଯୁବକ ଜଣେ କ୍ୟାନ୍‌ସର ରୋଗୀଙ୍କୁ ଶୁଆଇ ରାସ୍ତାରୋକ କରିଛନ୍ତି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ସୂଚନାଯୋଗ୍ୟ ଯେ, ବାଙ୍କୀ ବ୍ଲକ ଅନୁଆରୀ ପଂଚାୟତ ଅନ୍ତର୍ଗତ ବୋତଲମା ଗ୍ରାମର ନବ ଦେହୁରୀ ନାମକ ଅସହାୟ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ବାମ ଗୋଡରେ ଆଘାତ ଲାଗିବା ଯୋଗୁଁ ଦୀର୍ଘ ଦିନ ଧରି ଏକ କୋଠରୀ ମଧ୍ୟରେ ରହି ଆସୁଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗିଥିଲେ ମଧ୍ୟ ଏନେଇ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବାଙ୍କୀ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଆର୍ଥିକ ଅଭାବ କାରଣରୁ ତାଙ୍କର ଚିକିତ୍ସା ବି ହୋଇପାରୁନି ।

Leave A Reply

Your email address will not be published.