Latest Odisha News

BREAKING NEWS

[ଭିଡ଼ିଓ ] ମୃତ ପୁଅକୁ ବଞ୍ଚାଇବାର ଜିଦ୍ ,ନାକେଦମ୍ ପୁଲିସ୍‌

ଅନୁଗୁଳ: ଡାକ୍ତରଖାନାରେ ମୃତ ଯୁବକଙ୍କୁ ଜୀବିତ ଭାବି ଘଷା ମଜା । ପୁଲିସକୁ ହେବାକୁ ପଡିଲା ନାକେଦମ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା । ଜଣେ ମୃତ ବ୍ୟକ୍ତିଙ୍କୁ ଜୀବିତ କହି ପରିବାର ଓ ସମ୍ପର୍କୀୟ ମାନେ ତେଲ ଘଷି ଚିକିତ୍ସା କରିବା ସହ ମୃତଦେହକୁ ନେଇ ପଳାଇ ଯିବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ ପୁଲିସକୁ ନାକେଦମ ହେବାକୁ ପଡିଥିଲା ।

ଡାକ୍ତରଙ୍କ ମୃତ ଘୋଷଣା ପରେ ଯମ ମୁହଁରୁ ଫେରାଇ ଆଣିବାକୁ ପରିବାର ଲୋକଙ୍କ ପ୍ରୟାସ । ପୋଲିସ ବୁଝାଇଲା ହେଲେ ଶୁଣିବାକୁ ନାରାଜ ପରିବାର । ଢେଙ୍କାନାଳ ବାଲିମି ଥାନା ବଙ୍ଗିଡ଼ି ଗାଁ ପୋଖରୀକୁ ପଦ୍ମ ତୋଳିବାକୁ ଯାଇ ବୁଡି ଯାଇଥିଲେ ଗାଁର ଆଲୋକ ନାଏକ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ଡାକ୍ତର ମୃତ ଘୋଷଣା କରିଥିଲେ ।

ହେଲେ ପୁଅର ଅକାଳ ବିୟୋଗ ଗ୍ରହଣ କରିପାରିନଥିଲେ ପରିବାର ଲୋକେ । ପୁଅ ଜୀବିତ ଥିବା ବିଶ୍ୱାସ କରି ବର୍ହିବିଭାଗ ସାମନାରେ ହିଁ ଆରମ୍ଭ କରିଦେଇଥିଲେ ଚିକିତ୍ସା । ପୋଲିସ ପହଞ୍ଚି ବୁଝାଇବାକୁ ଉଦ୍ୟମ କରିଥିବା ବେଳେ, ଶୁଣିନଥିଲେ ପରିବାର ଲୋକ । ହାତ ପାଦରେ ତେଲ ଲଗାଇ  ଜୀବନ ଫେରାଇଆଣିବାକୁ କରିଥିଲେ ଉଦ୍ୟମ ।

ଏପରକି ମୃତଦେହ ନେଇ ପଳାଇଯିବାକୁ ବାହରିଥିଲେ । ବହୁ ବୁଝାସୁଝା ପରେ ପୁଣି ଥରେ ଡାକ୍ତରୀ ପରୀକ୍ଷା ପରେ ଶେଷରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

 

Leave A Reply

Your email address will not be published.