Latest Odisha News

ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ କୁଳିଅଣା ବ୍ଲକ ପାଣିଜିଆଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଶିଳାନ୍ୟାସ ହୋଇଛି। କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡ଼ୁ ଶିଳାନ୍ୟାସ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ କାଳରେ ୩ଟି ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି।

କେନ୍ଦ୍ର ସରକାର ମୟୁରଭଞ୍ଜ ଜିଲ୍ଲାର ୧୩ଟି ବ୍ଲକରେ ୧୪ଟି ସ୍କୁଲ ଖୋଲିବାକୁ ନିଷ୍ପତି ନେଇଛନ୍ତି। ଆଦିବାସୀ ବହୁଳ ଅଞ୍ଚଳରେ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଏହିପରି ସ୍କୁଲ ଖୋଲିବାକୁ ନିଷ୍ପତି ନେଇଥିବାରୁ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟପାର ମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡ଼ୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିରେ ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ୍, ବରିଷ୍ଠ ବିଜେପି ନେତା ସୁଗୁଦା ମୁର୍ମୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ମହାପାତ୍ର, ତହସିଲଦାର ଅଭିଷେକ ଦାସ ଉପସ୍ଥିତ ଥିଲେ।

Leave A Reply

Your email address will not be published.