Latest Odisha News

BREAKING NEWS

ଓଡ଼ିଶାରେ କୁଆଡେ ଗଲା ବିଆରଏସ ?

ଭୁବନେଶ୍ୱର: କୁଆଡେ ଗଲା ବିଆରଏସ । ରାଜ୍ୟରେ ଦମଦାର ଢଙ୍ଗରେ ଏଣ୍ଟ୍ରି ପ୍ରକ୍ରିୟା ଆରମ୍ଭ କରିଥିବା ବିଏରଆସର ଏବେ ସେତେଟା ଚର୍ଚା ନାହିଁ । ଜୟରାମ ପାଙ୍ଗୀଙ୍କଠାରୁ ଆରମ୍ଭ କରି ପୂର୍ବଚନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ କିଛି ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତାମାନେ କେସିଆରଙ୍କ ଉପସ୍ଥିତିରେ ଦଳରେ ମିଶିବା ସହ ରାଜ୍ୟରେ ସକ୍ରିୟ ହୋଇଥିଲେ ।

ଏପରିକି ବହୁ ଗୁରୁତ୍ବପୂର୍ଣ ପ୍ରସଙ୍ଗରେ ବିଆରଏସର ପ୍ରତିକ୍ରିୟା ମଧ୍ୟ ଆସୁଥିଲା । ବିଜେଡି ବିଜେପି କଂଗ୍ରେସ ସହିତ ବିଆରଏସ ନେତାମାନେ ପ୍ରମୁଖ ପ୍ରସଙ୍ଗରେ ନିଜକୁ ସାମିଲ କରୁଥିଲେ । କିନ୍ତୁ ଏ ସବୁରେ ଏବେ ଭଟ୍ଟା ପଡିଯାଇଛି ।

ଏପରିକି ବିଆରଏସର ପ୍ରମୁଖ ନେତାମାନେ ରାଜ୍ୟର ତୁଙ୍ଗ ନେତା ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ କରି ଅନେକ ନେତାଙ୍କୁ ଭେଟିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀଙ୍କଠାରୁ ଆରମ୍ଭ କରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଆଦି ପ୍ରମୁଖ ନେତାଙ୍କ ନାଁ ବିଆରଏସରେ ଶୁଣାଯାଉଥିଲା । କିନ୍ତୁ ଏ ସବୁ ଚର୍ଚା ବି ଆଉ ନାହିଁ ।

ଏପରିକି ଏପ୍ରିଲ ଏକ ତାରିଖରେ ପୁରୀରେ ବିଆରଏସର ଏକ ବିଶାଳ ସମାବେଶ ନେଇ ମଧ୍ୟ ପ୍ରସ୍ତୁତି ଜୋରଦାର ହେଉଥିବା କୁହାଯାଉଥିଲା । କିନ୍ତୁ ଏପ୍ରିଲ ଏକ ଯାଇ ସାରିଲାଣି କିନ୍ତୁ ସେମିତି କିଛି ହେଲାନି । ରାଜ୍ୟରେ ଗ୍ରାଣ୍ଡ ଏଣ୍ଟ୍ରି କରି ଆଗାମୀ ନିର୍ବାଚନରେ ଦମଦାର ପ୍ରଦର୍ଶନ କରିବାକୁ ଯୋଜନା ରଖିଥିବା ବିଆରଏସ ଗଲା କୁଆଡେ ବୋଲି ଏବେ ପ୍ରଶ୍ନ ଉଠିଛି ।

ବିଏଆରଏସ ସାଂସଦ ତଥା ବିଆରଆସ ମୁଖ୍ୟ କେସିଆରଙ୍କ ଝିଅକୁ ଇଡି ଜେରା କରିବା ପରେ ସ୍ଥିତି ବଦଳିଥିବା କୁହାଯାଉଛି । କେନ୍ଦ୍ରୀଯ ବିଜେପି ଉଦ୍ଦେଶ୍ୟମୂଳକ ଭାବେ ବିରୋଧୀ ନେତାଙ୍କୁ ଟାର୍ଗେଟ କରିବା ସହ ତାଂକ ବିରୋଧରେ ଇଡି ସିବିଆଇ ଏବଂ ଆଇଟି ଆଦି ଲଗାଉଛି ବୋଲି ଅଭିଯୋଗ ହେଉଛି ।

ସେଥିପାଇଁ କେ କବିତାଙ୍କୁ ଇଡି ସମନ କରିବା ସହ ଜେରା କରିଥିବା କୁହାଗଲା । ଏପରିକି କିଛି ଦିନ ତଳେ ତେଲେଙ୍ଗାନା ବିଜେପି ସଭାପତିଙ୍କୁ ଏସଏସସି ପେପର ଲିକ ସ୍କାମରେ ଗିରଫ କରାଗଲା । ତେଣୁ କେନ୍ଦ୍ର ରାଜ୍ୟ ଲଢେଇ ମଧ୍ୟରେ କେସିଆର ଓଡିଶାକୁ ଫୋକସ କରିପାରୁ ନ ଥିବା କୁହାଯାଉଛି ।

ବିରୋଧୀଙ୍କ ନେତୃତ୍ବ ନେବା ସହ କେନ୍ଦ୍ର ବିରୋଧରେ ନିଜକୁ ବିଭିନ୍ନ ରାଜ୍ୟରେ ଶକ୍ତିଶାଳୀ କରୁଥିବାରୁ କେନ୍ଦ୍ରର ବିଜେପି ତାଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି । ତେଣୁ ଏ ସବୁ ଟେନସନ ଭିତରେ ବିଆରଏସ ଓଡିଶାରେ ନିଜ ଯୋଜନାକୁ ରୂପ ଦେଇ ପାରୁ ନ ଥିବା କୁହାଯାଉଛି ।

ଏପରିକି ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ୍ଦ ରଦ୍ଦ ହେବା ପରେ ସବୁ ବିରୋଧୀଙ୍କ ସ୍ବର ଏକ ହୋଇଛି । ତେଣୁ ବିରୋଧୀଙ୍କ ରଣନୀତିରେ କିଛି ପରିବର୍ତ୍ତନ ହେଉଛି କି ବୋଲି ଚର୍ଚା ହେଉଛି ।

ଏଭଳି ସ୍ଥିତିରେ ବିଆରଏସ ଓଡିଶାରେ ଏକ ନୂଆ ରାଜନୈତିକ ସମୀକରଣ ଆଣିବ ବୋଲି ଯେଉଁ ଚର୍ଚା ଜୋର ଧରିଥିଲା ସେଥିରେ ଭଟ୍ଟା ପଡିଥିବା କୁହାଯାଉଛି । ରାଜ୍ୟରେ ଦୀର୍ଘ ଦିନ ଧରି ବିଜେଡି ଶାସନରେ ରହିଥିବାବେଳେ ବିରୋଧୀ ବିଜେପି କିମ୍ବା କଂଗ୍ରେସ ବିଜେଡି ବିରୋଧରେ ନିର୍ଣାୟକ ଲଢେଇ ଲଢିପାରୁ ନାହାନ୍ତି ।

ଏପରିକି ଏଥିପାଇଁ ଚିରାଚରିତ ଢଙ୍ଗରେ ବିଜେଡି ହିଁ ଜିତି ଆସୁଛି । ଏପରିକି ଏଭଳି ରାଜନୈତିକ ସ୍ଥିତିରେ ରାଜ୍ୟରେ ବହୁ ବରିଷ୍ଠ ଅନୁଭବୀ ନେତା ଅଲୋଡା ହୋଇ ପଡିଛନ୍ତି । ତେଣୁ ବହୁ ବରିଷ୍ଠ ଏବଂ ଉଦୀୟମାନ ଯୁବ ନେତା ବିଆରଏସକୁ ଚାହିଁ ରହିଥିବା କୁହାୟାଉଛି । ତେଣୁ ପୂର୍ବ ଚର୍ଚା ମୁତାବକ ବିଆରଏସ କେବେ ରାଜ୍ୟରେ ପୂର୍ଣ ରୂପରେ କାର୍ୟ୍ଯ କରିବ ତା ଉପରେ ନଜର ।

Leave A Reply

Your email address will not be published.