Latest Odisha News

BREAKING NEWS

କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜ୍ଜୁଙ୍କ କାରକୁ ଧକ୍କା ଦେଲା ଟ୍ରକ୍

ଶ୍ରୀନଗର: ଶନିବାର ଅପରାହ୍ଣରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜ୍ଜୁଙ୍କ କାର୍ ଜମ୍ମୁକାଶ୍ମୀରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ମାଲବାହୀ ଟ୍ରକ୍ ଧକ୍କା ଦେଇଥିବା ବେଳେ କେହି ମୃତାହତ ହୋଇ ନାହାନ୍ତି ।

ଦୁର୍ଘଟଣା ପରେ ତୁରନ୍ତ ସୁରକ୍ଷା କର୍ମୀ ମନ୍ତ୍ରୀ କଳା ରଙ୍ଗର ସ୍କର୍ପିଓରୁ ସମସ୍ତଙ୍କୁ ବାହାରକୁ ବାହାର କରିଥିଲେ । ମନ୍ତ୍ରୀ ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ଗାଡ଼ିରୁ ବାହାରି ଆସିଥିଲେ । ଜମ୍ମୁର ଉଧମପୁରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଯାଉଥିବା ବେଳେ ମନ୍ତ୍ରୀଙ୍କ କାରକୁ ଟ୍ରକ୍ ଧକ୍କା ଦେଇଥିଲା ।

ତେବେ ଉଧମପୁରକୁ ଯିବା ପୂର୍ବରୁ ଉକ୍ତ ରାସ୍ତାର ଏକ ଫଟୋ ପୋଷ୍ଟ କରି କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜ୍ଜୁ ଲେଖିଥିଲେ ଯିଏ ବି ଏହି ରାସ୍ତାରେ ଯିବ ପ୍ରକୃତିକୁ ଉପଭୋଗ କରିବ ।

Leave A Reply

Your email address will not be published.