Latest Odisha News

ପୂଜା ମଣ୍ଡପ ପାଖ ଖାଦ୍ୟ ଷ୍ଟଲରେ ବିଏମସିର ଚଢ଼ାଉ

ଭୁବନେଶ୍ବର: ଭୁବନେଶ୍ୱରର ବିଭିନ୍ନ ସ୍ଥାନର ପୂଜା ପେଣ୍ଡାଲରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି । ଏନେଇ ପୂଜା ପେଣ୍ଡାଲ ନିକଟରେ ବିଭିନ୍ନ ଖାଦ୍ୟ ଷ୍ଟଲ୍ ଗୁଡିକ ମଧ୍ୟ ପଡିଛି । ହେଲେ ସେହି ଷ୍ଟଲ ଗୁଡିକରେ ମିଳୁଥିବା ଖାଦ୍ୟ ଗୁଡିକ କେତେ ସ୍ବାସ୍ଥ୍ୟକର ସେନେଇ ତାର ମାନ ଯାଞ୍ଚ କରିବାକୁ ଆଜି ଷ୍ଟଲ ଗୁଡିକରେ ଏମସି ପକ୍ଷରୁ ଆଜି ଚଢାଉ କରାଯାଇଛି ।

ନୟାପଲ୍ଲୀ, ରଗୁଲଗଡ ସମେତ ବରମୁଣ୍ଡା ପୂଜା ମଣ୍ଡପରେ ବିଏମସି ପକ୍ଷରୁ ଯାଞ୍ଚ କରାଯାଇଛି । ବାସି, ଅପମିଶ୍ରିତ ରଙ୍ଗ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଥିବା ଖାଦ୍ୟକୁ ନଷ୍ଟ କରିଛି ବିଏମସି ଟିମ୍ ।

ଯଦି ସେମାନେ ପୁଣି ଏପରି ଖାଦ୍ୟ ଲୋକମାନଙ୍କୁ ଦେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜୋରିମାନା ମଧ୍ୟ ଲାଗୁ ହେବ ବୋଲି କହିଛନ୍ତି ଜଣେ ବିଏମସି ଅଧିକାରୀ ।

Leave A Reply

Your email address will not be published.