Latest Odisha News

BREAKING NEWS

ଜରୁରୀ ଥିଲେ ହସପିଟାଲ ଆସନ୍ତୁ କୋଭିଡ୍ ଆକ୍ରାନ୍ତ : ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ନେଇ ସବିଶେଷ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ରାଜ୍ୟରେ ସ୍ଥିତି ବିଗୁଡୁଥିବା ବେଳେ, କରୋନା ନିୟମ ମାନି ବାକୁ ପରାମର୍ଶ ଦେଇଛନ୍ତି ଏସିଏସ । ପଜିଟିଭ୍ ଚିହ୍ନଟ ହେଲେ ଭୟଭୀତ ହୁଅନ୍ତୁ ନାହିଁ । ଏପରିକି ଅତି ଜରୁୀର ନଥିଲେ କରୋନା ଆକ୍ରାନ୍ତ ହସ୍ପିଟାଲ ଆସନ୍ତୁ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ଏସିଏସ୍ । କେବଳ ଗୁରୁତର ରୋଗୀ ହିଁ ହସପିଟାଲକୁ ଆସନ୍ତୁ । ନଚେତ୍ ସଙ୍ଗରୋଧରେ ରହି ଚିକିତ୍ସା ହୁଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ ମହାପାତ୍ର ।

ତାଙ୍କ କହିବା ଅନୁସାରେ, କରୋନାର ଦ୍ବିତୀୟ ଲହର ଅତି ଭୟଙ୍କର । ଦେଶରେ ଦିନକୁ ସାଢ଼ଷ ୩ ଲକ୍ଷ ଆକ୍ରରନ୍ତ ଚିହ୍ନଟ ହେଉଥିବା ବେଳେ, ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଉଛି । ସେହିପରି ଓଡ଼ିଶାରେ ଆଜି ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏପରିସ୍ଥିତିରେ ସାରା ରାଜ୍ୟବାସୀ କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ ।

ସେହିପରି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ରେମଡେସିଭିର ମହଜୁଦ ଥିବା କହିଛନ୍ତି ପ୍ରଦୀପ୍ତ ମହାପାତ୍ର । ପ୍ରତିଦିନ ରାଜ୍ୟରେ ୧୨ ଶହ ରେମଡେସିଭିର ଦରକାର ହେଉଛି । ଆମ ପାଖରେ ୪୩ ହଜାର ରେମଡେସିଭିର ଷ୍ଟକ ରହିଛି । ଆହୁରି ୨୧ ହଜାର ରେମଡେସିଭିର ଆମ ପାଖରେ ପହଞ୍ଚିବ ।

ରାଜ୍ୟରେ ପ୍ରାୟ ୧.୯୩ କୋଟି ୧୮ରୁ ୪୪ ବର୍ଷର ଲୋକ ଅଛନ୍ତି। ସମସ୍ତଙ୍କୁ ମାଗଣା ଟିକା ଦିଆଯିବ । କିନ୍ତୁ ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ହୋଇ ପାରିବ ନାହିଁ। ଆବଶ୍ୟକ ମୁତାବକ ଟିକା ମହଜୁଦ ନଥିବାରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ କେବେ ଟିକାକରଣ ହେବ କହି ପାରିବୁ ନାହିଁ। ଟିକା ପାଇଁ ଦୁଇ କମ୍ପାନୀକୁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି । ଭାରତ ବାୟୋଟେକ୍‌କୁ ପ୍ରଥମେ ୫ ଲକ୍ଷ ଏବଂ ସେରମକୁ ମେ ମାସରେ ୪୦ ଲକ୍ଷ ଟିକା ଦେବାକୁ କୁହାଯାଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ ମହାପାତ୍ର ।

Leave A Reply

Your email address will not be published.