Latest Odisha News

ବିଏମସି ସିଲ୍ କଲା ଜିମ୍‌, ଶାହିଦଙ୍କୁ ଭର୍ତ୍ସନା

ମୁମ୍ବାଇ: କରୋନା ଭାଇରସ ମୁକାବିଲା ନେଇ ସବୁଠାରେ ତତ୍ପରତା ପ୍ରକାଶ ପାଇଛି । ତେବେ କରୋନା ଲକଡାଉନ ସତ୍ୱେ ବଲିଉଡ ଅଭିନେତା ଶାହୀଦ କାପୁର ଓ ମୀରାଙ୍କ ପାଇଁ ଜିମ୍ ଖୋଲି ଅଡୁଆରେ ପଡିଛନ୍ତି ଜିମ୍ ମାଲିକ । ବିଏମସି ବାନ୍ଦ୍ରା ସ୍ଥିତ ଏହି ଜିମ୍‌କୁ ସିଲ୍ କରି ଦେଇଛି । ଏଥିସହ ଦାୟିତ୍ୱହୀନତା ଆଚରଣ ନେଇ ଶାହୀଦଙ୍କୁ ଭର୍ତ୍ସନା କରିଛି ।

ସୂଚନାଯୋଗ୍ୟ, ଶାହୀଦ ଓ ମୀରାଙ୍କ ପାଇଁ ଉପରୋକ୍ତ ଜିମ୍ ଖୋଲାଯାଇଥିବାରୁ ଏ ନେଇ ସୋସିଆଲ ସାଇଟ ଓ ବିଭିନ୍ନ ଗଣମାଧ୍ୟମରେ ସମାଲୋଚନା କରାଯାଇଥିଲା । ଏହା ପରୋକ୍ଷରେ ବିଏମସି ଉପରେ ଚାପ ପକାଇବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା । ତେବେ ଜିମର ମାଲିକ ଯୁଧିଷ୍ଠିର ଜୟସିଂଙ୍କ ମତରେ ଶାହୀଦ ଓ ମୀରା ମୋତେ କେବଳ ଦେଖା କରିବାକୁ ଆସିଥିଲେ । ଶାହୀଦଙ୍କ କିଛି ସାମଗ୍ରୀ ଏଠାରେ ରହି ଯାଇଥିବାରୁ ସେ ଏହାକୁ ନେବା ପାଇଁ ଆସିଥିଲେ ।

Leave A Reply

Your email address will not be published.