Latest Odisha News

BREAKING NEWS

ରାଜଧାନୀରେ କରୋନା ରୋଗୀଙ୍କ ଘରେ ଅକ୍ସିଜେନ ପହଞ୍ଚାଇବ ବିଏମ୍‌ସି

ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ବରରେ କରୋନା ରୋଗୀଙ୍କ ଘରେ ପହଞ୍ଚିବ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର। ଘରେ ଥାଇ ବି ରୋଗୀ ପାଇପାରିବେ ଚିକିତ୍ସା ସୁବିଧା।

ସୋମବାରଠାରୁ ବିଏମ୍‌ସି ଏହି ପ୍ରକ୍ରିୟା ଆରମ୍ଭ କରିବ। କରୋନା ରୋଗୀଙ୍କ ଘରେ ପହଞ୍ଚାଇବ ଅକ୍ସିଜେନ୍‌। ଏ ନେଇ ଆଜି ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂ ଘୋଷଣା କରିଛନ୍ତି।

ଯେଉଁ କରୋନା ରୋଗୀମାନେ ଘରେ ରହି ନିଜକୁ ଚିକିତ୍ସା କରିବାକୁ ଇଚ୍ଛା ପ୍ରକାଶ କରିବେ ସେମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। ଆଉ ରାଜ୍ୟ ସରକାର ଏଥିପାଇଁ ବିଏମସିକୁ ୧୦୦ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ପ୍ରଦାନ କରିଛନ୍ତି ବୋଲି କହିଛନ୍ତି କମିଶନର।

ଯେଉଁ ରୋଗୀମାନେ ଏଥିପାଇଁ ଉଚ୍ଛୁକ ଥିବେ ସେମାନେ ବିଏମ୍‌ସି ଦ୍ବାରା ଜାରି ଆପରେ ଅମ୍ଳଜାନ ପାଇଁ ବୁକ୍‌ କରି ପାରିବେ। ବୁକ୍‌ କଲା ପରେ ବିଏମ୍‌ସି କରୋନା ରୋଗୀଙ୍କ ଘରେ ଅକ୍ସିଜେନ ପହଞ୍ଚାଇବ। ଏଥିପାଇଁ ବିଏମ୍‌ସି ଏକ ଆପ୍‌ ମଧ୍ୟ ପ୍ରସ୍ତୁତ କରିଛି। ବିଏମ୍‌ସି କର୍ମଚାରୀଙ୍କୁ ଏଥିପାଇଁ ତାଲିମ୍‌ ମଧ୍ୟ ଦିଆଯାଉଛି ବୋଲି କହିଛନ୍ତି ବିଏମ୍‌ସି କମିଶନର।

Comments are closed.