Latest Odisha News

BREAKING NEWS

କଟକରେ ଗଡିଲା ସଚେତନ ରଥ

କଟକ: କରୋନାକୁ ନେଇ ସଚେତନ କରିବ ସଚେତନ ରଥ । ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ସଚେତନ ରଥର ଶୁଭାରମ୍ଭ କରିଛି । ଯହାକୁ ପତାକା ଦେଖାଇ ଉଦଘାଟନ କରିଥିଲେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ।

କରୋନାର ଦ୍ୱିତୀୟ ଲହରରେ ଧନ୍ଦି ହୋଇଥିଲା କଟକ ସହର । ଅମାନିଆଙ୍କ ପାଇଁ ବଢିଚାଲିଥିଲା ସଂକ୍ରମଣ ସଂଖ୍ୟା । ହେଲେ ଏବେ ସଂକ୍ରମଣ ସଂଖ୍ୟା ଧୀରେଧୀରେ ତଳମୁହାଁ ହେବାରେ ଲାଗିଛି । ତଥାପି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପଇଁ ୟୁନିସେଫ୍ ସହଯୋଗରେ ଜିଲ୍ଲା ପ୍ରଶାସନ ତରଫରୁ ଏହି ରଥର ଶୁଭାରମ୍ଭ ହୋଇଛି ।

ସର୍ବମୋଟ୍ ୧୪ଟି ବ୍ଲକରେ ବୁଲିବୁଲି ଏହି ରଥ ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣକୁ ନେଇ ସଚେତନା ସୃଷ୍ଟି କରିବ । ଏହି ରଥରେ ଅଡିଓ ଏବଂ ଭିଡିଓ ଜରିଆରେ ସଚେତନତା ବ୍ୟବସ୍ଥା କରାଯାଇଛି । ରଥ ଶୁଭାରମ୍ଭ କରିବା ଅବସରରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.