Latest Odisha News

ରାଜଧାନୀରେ ଉଡ଼ି ଉଡ଼ି ମଶା ମାରିବ ଡ୍ରୋନ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମଶାଙ୍କ ସାନ୍ଧ୍ରତା ବୃଦ୍ଧି ପାଉଥିବା ବେଳେ ନୂଆ ଯୋଜନା କରିଛି ବିଏମସି । ମଶା ମରା ଗାଡ଼ି ସହ ବିଏମସି ଡ୍ରୋନର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି । ରାଜଧାନୀରେ ମଶା ଦମନ ପାଇଁ ବିଏମସି ଡ୍ରୋନର ବ୍ୟବହାର କରିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ ।

ଡ୍ରୋନ୍ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯାଇ ମଶା ଦମନ କରାଯିବ । ଗାଡ଼ି ଯାଇପାରୁନଥିବା ଅଞ୍ଚଳ ଏବଂ ଅବ୍ୟବହୃତ ଜଳାଶୟରେ ଡ୍ରୋନ୍ ଦ୍ୱାରା କେମିକାଲ ସ୍ପ୍ରେ କରାଯିବ । ଡ୍ରୋନ୍ ସହ ମଶା ଧୂଆଁ ଗାଡ଼ି ସଂଖ୍ୟା ବଢ଼ିବ ଏବଂ ବୁଶ୍ କଟିଂ ଟିମ୍ ବୃଦ୍ଧି କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।

ଏବେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ମଶାଙ୍କ ସାନ୍ଧ୍ରତା ୮୦ ଉପରେ ରହିଛି । ଆଉ ମଶା ମାରିବା ପାଇଁ ବିଏମସି ପାଖରେ ରହିଛି ୭ଟି ଟିଫା ମେସିନ୍ । ୨ ଶହରୁ ଅଧିକ କର୍ମଚାରୀ ମଶା ମାରିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.