Latest Odisha News

୧୩ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦଘାଟିତ

ଯାଜପୁର : ବୈାଦ୍ଧ ବିହାର ଉଦୟଗିରିଠାରେ ତ୍ରୟୋଦଶତମ ବୁଦ୍ଧ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଏହି ଅନୁଷ୍ଠିତ ଏହି ମହତ୍ସୋବକୁ ସୂଦୂର ଶ୍ରୀଲଙ୍କାର ପ୍ରାଚୀନ ବୈାଦ୍ଧ ବିହାର ଆଧ୍ୟାତ୍ମିକ ଜ୍ଞାନ କେନ୍ଦ୍ରର ବୈାଦ୍ଧ ଭିକ୍ଷୁ ସୁବୋଧି ଭନ୍ତେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏହି ମହତ୍ସୋବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ତଥା ଯାଜପୁରର ପୂର୍ବତନ ଜିଲ୍ଲାପାଳ ଅନିଲ କୁମାର ସାମଲ,  ମୁଖ୍ୟବକ୍ତା ଭାବେ ଭାରତୀୟ ମହାବୋଧି ସୋସାଇଟି ଟ୍ରଷ୍ଟୀ ଡ. ସୈାରେନ୍ଦ୍ର ମହାପାତ୍ର , ଶୋଭନୀୟ ଶିକ୍ଷାଶ୍ରମର ମୁଖ୍ୟ ପରିଚାଳିକା ଅରୁନ୍ଧତୀ ଦେବୀ, ଆବାହକ ମହେଶ୍ୱର ବଳ ଓ ଜିଲ୍ଲା ସାଂସ୍କୃତି ପରିଷଦର ସଦସ୍ୟ ଶୁଭେନ୍ଦୁ କୁମାର ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ ।

ଯାଜପୁରର ପୂର୍ବତନ ଜିଲ୍ଲାପାଳ ଅନିଲ କୁମାର ସାମଲ ଯୋଗଦେଇ ଆଗାମୀ ଦିନରେ ଏହି ଉତ୍ସବରେ ରାଜ୍ୟସ୍ତରୀୟ ଉତ୍ସବରେ ପରିଣତ କରିବାକୁ ସେ ଉଦ୍ୟମ କରିବେ ବୋଲି କହିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଭାରତୀୟ ମହାବୋଧି ସୋସାଇଟି ଟ୍ରଷ୍ଟୀ ଡ. ସୈାରେନ୍ଦ୍ର ମହାପାତ୍ର ଏହି ପୀଠର ସୁରକ୍ଷା ଓ ବିକାଶ ଲାଗି ସମସ୍ତଙ୍କର ସହେଯାଗର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଗଞ୍ଜାମର ମା ମଙ୍ଗଳା ଲୋକନୃତ୍ୟ କଳା ଅନୁଷ୍ଠାନ ଓ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ତେବେ ଏହି ମହୋତ୍ସବ ୨ଦିନ ଧରି ଚାଲିବ ।

Leave A Reply

Your email address will not be published.