Latest Odisha News

BREAKING NEWS

ସ୍ମାଟ୍ ସିଟିକୁ ପ୍ରଦୂଷିତ କଲେ ଧରିବେ ସାନିଟେସନ ଇନିସପେକ୍ଟର୍ ! ଦେବାକୁ ହେବ ୧୦ ହଜାର ଫାଇନ୍

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରର ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା କଲେ ଗଣିବେ ଜୋରିମାନା। ୫ଶହ କି ହଜାରେ ନୁହେଁ, ଉଲଙ୍ଘନକାରୀଙ୍କୁ ଦେବାକୁ ପଡିପାରେ ୧୦ ହଜାର ଟଙ୍କା ଜୋରିମାନା । ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଯେଉଁମାନେ ଅଳିଆ ଆବର୍ଜନା ଓ ବର୍ଜ୍ୟବସ୍ତକୁ ଅଳିଆ ସଂଗ୍ରହ କରୁଥିବା ଗାଡ଼ିକୁ ହସ୍ତାନ୍ତର ନକରି ଖଆମଖିଆଲି ଭାବେ ଏଠିସେଠି ଖୋଲାରେ ଢାଳିଦେଉଛନ୍ତି କିମ୍ବା ନିଆଁ ଲଗାଇ ବାୟୁ ପ୍ରଦୂଷଣ କରୁଛନ୍ତି, ସେମାନଙ୍କଠାରୁ ଫାଇନ୍ ଆଦାୟ ହେବ । ଚଳିତ ମାସରୁ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ଓ ଏ ସଂକ୍ରାନ୍ତରେ ଭୁବନେଶ୍ୱର ମହାନଗର ନିଗମ ଖୁବଶୀଘ୍ର ଏସଓପି ଜାରି କରିବ ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି ।

ଏହି କ୍ରମରେ ଓ୍ଵାର୍ଡ ସ୍ତରୀୟ ସାନିଟେସନ ଇନିସପେକ୍ଟରଙ୍କୁ ଖୋଲା ଜାଗାରେ ଅଳିଆ ଢାଳୁଥିବା ବା ଜାଳୁଥିବା ଲୋକଙ୍କଠାରୁ ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଅଳିଆ ଗାଡିକୁ ଅଳିଆ ଆବର୍ଜନା ନ ଦେଇ ସର୍ବସାଧାରଣ ସ୍ଥାନରେ ଜାଳୁଛନ୍ତି ସେମାନଙ୍କ ଉପରେ ଭାରୀ ଜୋରିମାନା କରିବାକୁ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.