Latest Odisha News

BREAKING NEWS

BMW C400 GT: ଷ୍ଟାଇଲିସ୍ ଲୁକ୍, ସ୍ମାର୍ଟ ଫିଚର ଓ ବୁଲେଟ୍ ଅପେକ୍ଷା ଅଧିକ ପାଓ୍ବାରଫୁଲ!

ଭୁବନେଶ୍ବର: ବିଳାସପୂର୍ଣ୍ଣ ମୋଟରସାଇକେଲ ନିର୍ମାତା BMW Motorrad India ନିଜର ମ୍ୟାକ୍ସି ସ୍କୁଟର BMW C400 GT ର 2025 ମଡେଲ ଲଞ୍ଚ କରିଛି । ଏହାର ମୂଲ୍ୟ ୧୧.୫୦ ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ୍) ରହିଛି, ଯାହା ବର୍ତ୍ତମାନର ମଡେଲ ତୁଳନାରେ ମାତ୍ର ୨୫,୦୦୦ ଟଙ୍କା ମହଙ୍ଗା ।

ଏହାର ଡିଜାଇନ୍ ବିଷୟରେ କହିବାକୁ ଗଲେ, ଏହାର ଡିଜାଇନ୍ ପୁରୁଣା ମଡେଲ୍ ସହିତ ସମାନ, କିନ୍ତୁ ବିଏମଡବ୍ଲୁ ଅଧିକ ପବନରୁ ରକ୍ଷା ପାଇଁ ସ୍କୁଟରରେ ଏକ ନୂତନ ୱିଣ୍ଡସ୍କ୍ରିନ ବ୍ୟବହାର କରିଛି । ସିଟ୍ ଉଚ୍ଚତା ୭୭୫ ମିଲିମିଟରରୁ ୭୬୫ ମିଲିମିଟରକୁ ହ୍ରାସ ପାଇଛି, ଯାହାଦ୍ୱାରା କମ୍ ଉଚ୍ଚତା ଗ୍ରାହକ ଚଲାଇ ପରିବେ ।

କମ୍ପାନୀ ଏହି ସ୍କୁଟରରେ 350 ସିସି କ୍ଷମତା ବିଶିଷ୍ଟ ସିଙ୍ଗଲ ସିଲିଣ୍ଡର, ଲିକ୍ବିଡ-କୁଲ୍ଡ ଇଞ୍ଜିନ ଦେଇଛି । ଯାହା ୩୩.୫ bhpର ପାଓ୍ବାର ଏବଂ ୩୫ ନ୍ୟୁଟନ୍ ମିଟର (Nm) ର ଟର୍କ ଜେନେରେଟ କରେ । ପାଓ୍ବାର ଦୃଷ୍ଟିରୁ, ଏହା ରୟାଲ୍ ଏନ୍ଫିଲ୍ଡ ବୁଲେଟ୍ ଏବଂ କ୍ଲାସିକ୍ ଅପେକ୍ଷା ଅଧିକ ପାଓ୍ବାର ଆଉଟପୁଟ ଦିଏ। କମ୍ପାନୀ ଏଥିରେ ୧୨.୮ ଲିଟର ଇନ୍ଧନ ଟ୍ୟାଙ୍କ ଦେଇଛି ଏବଂ ଏହାର ମୋଟ ଓଜନ ୨୧୪କେଜି ରହିଛି । ସ୍କୁଟରର ଆଗରେ ୧୫ ଇଞ୍ଚ ଚକ ଥିବାବେଳେ ପଛରେ ୧୪ ଇଞ୍ଚ ଚକ ଅଛି ।

ଉପରୋକ୍ତ ଫିଚରଗୁଡିକ ବ୍ୟତୀତ, BMW Motorrad ଏହି ସ୍କୁଟରର ଏକ ନୂତନ ସ୍ଵତନ୍ତ୍ର ମଡେଲ ମଧ୍ୟ ଉପସ୍ଥାପନ କରିଛି, ଯାହା ଗୋଲ୍ଡେନ ଏଲୋୟ ହ୍ବିଲ୍ସ, ବ୍ରେକ୍ କାଲିପର୍, ଅନନ୍ୟ ଗ୍ରାଫିକ୍ସ, ସିଟରେ ଏମ୍ବ୍ରୋଡେଡ୍ ପ୍ରତୀକ, ହାଲୁକା ରଙ୍ଗର ୱିଣ୍ଡସ୍କ୍ରିନ୍, ବିଏମଡବ୍ଲୁ ଲୋଗୋ ପ୍ରୋଜେକସନ ସହିତ ଫ୍ଲୋର୍ ଲାଇଟ୍ ଏବଂ ଷ୍ଟେନଲେସ୍ ଷ୍ଟିଲ୍ ଫ୍ଲୋର୍ବୋର୍ଡ ଇନ୍ସର୍ଟ ସହିତ ଆସିଥାଏ । ଏହି ଅତିରିକ୍ତ ଫିଚର ଗୁଡିକ ବିକଳ୍ପ ଅଟେ ।

କମ୍ପାନୀ ଏହାର ଆଗ ଷ୍ଟୋରେଜ୍ କମ୍ପାର୍ଟମେଣ୍ଟ୍ ଏବଂ ବୁଟ୍ ସ୍ପେସ୍ ବଢେଇ ଦେଇଛି । ଫ୍ରଣ୍ଟ କମ୍ପାର୍ଟମେଣ୍ଟରେ ୪.୫ଲିଟର ଷ୍ଟୋରେଜ୍ ଉପଲବ୍ଧ ଥିବାବେଳେ ସିଟ୍ ତଳେ୩୭.୬ଲିଟର ଷ୍ଟୋରେଜ୍ ଉପଲବ୍ଧ ।

କଲର୍ ବିଷୟରେ କହିବାକୁ ଗଲେ, BWM Motorrad 2025 C 400 GT କୁ ଦୁଇଟି ରଙ୍ଗ ବିକଳ୍ପରେ ଉପସ୍ଥାପନ କରିଛି – ବ୍ଲାକ୍ ଷ୍ଟର୍ମ ଏବଂ ଡାଇମଣ୍ଡ ହ୍ୱାଇଟ୍ ମେଟାଲିକ୍, ଯେଉଁଠାରେ ଦ୍ୱିତୀୟ ବିକଳ୍ପ କେବଳ ସ୍ୱତନ୍ତ୍ର ମଡେଲ ସହିତ ଉପଲବ୍ଧ ।

Comments are closed.