Latest Odisha News

କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ଖୋଳତାଡ ଜାରି

ଭଦ୍ରକ : ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଛାତ୍ରୀଙ୍କ ମୃତଦେହ । ଭଦ୍ରକ ଟାଉନ ଥାନା ଜଗନ୍ନାଥ ପୁର ଅଞ୍ଚଳରୁ ଏକ ଲେଜିଡ ମେସରୁ ଛାତ୍ରୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲ ପଠାଇଛି ପୋଲିସ । ଛାତ୍ରୀ ଜଣକ ଗ୍ରାମାଞ୍ଚଳ ଥାନା ହରିପୁର ଅଞ୍ଚଳର ବୋଲି ସୂଚନା ମିଳିଛି।

ସେ ଓମେନ୍ସ କଲେଜର ଯୁକ୍ତ୨ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ଗତକାଲି ରାତିରେ ଘରର ପଛପଟୁ କବାଟ ବନ୍ଦ କରି ବେକରେ ଫାସୀ ଲଗାଇଦେଇଥିବା ମେସର ମାଲିକ ଜାଣିବା ପରେ ପୋଲିସ ଓ ଝିଅର ପରିବାରକୁ ଖବର ଦେଇଥିଲେ । ଅନ୍ୟପଟେ ଛାତ୍ରୀ ଜଣକ ଏକ ଯୁବକଙ୍କୁ ପ୍ରେମ କରୁଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ପରିବାର ଲୋକେ ଜାଣିଥିଲେ ମଧ୍ୟ ଝିଅକୁ ପାଠ ପଢ଼ିବା ପାଇଁ କହୁଥିଲେ। ଏହା ପ୍ରେମ ଜନିତ ଆତ୍ମହତ୍ୟା ନେଇ ପରିବାର ଲୋକେ ପୋଲିସ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ମେସକୁ ଯାଇ ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.