Latest Odisha News

BREAKING NEWS

ଅସ୍ତବ୍ୟସ୍ତ ଜନ ଜୀବନ

ଭୁବନେଶ୍ୱର : କିଛି ଦିନ ଧରି ଲଗାଣ ବର୍ଷା ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏବେ ବି ବହୁ ଲୋକ ପାଣି ଘେରରେ ଥିବା ବେଳେ ଗଛ ସବୁ ଉପୁଡି ପଡିଛି । ଆଉ କିଛି ସ୍ଥାନରେ ମାଟି ଧସି ରାସ୍ତା ଉପରେ ପଡ଼ିଛି । ସେହିଭଳି ବର୍ଷା ଯୋଗୁ କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଯାଇଛି ।

ଢେଙ୍କାନାଳ କଙ୍କଡାହାଡ ଥାନା ମକୁଆକାଟେଣୀ ପଞ୍ଚାୟତ ତରାଜଙ୍ଗ ଗାଁରେ ଅଘଟଣ । କିଛି ଦିନ ଧରି ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଷୁଡି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଜଣେ ଆହତ ହୋଇପଡ଼ିଛନ୍ତି । ରାତିରେ ଶୋଇଥିବା ଅବସ୍ଥାରେ ଘରର କାଂଥ ଭୁଷୁଡି ପଡିଥିଲା । ଶାଶୁ ବୋହୂ ଶୋଇଥିବା ବେଳେ ବୃଦ୍ଧା ଶାଶୁଙ୍କ ମୃତ୍ୟୁ ହୋଇଯାଇଛି ।

ସେପଟେ ତାଳଚେରରେ ପୁଣି ଦବିଲା ମାଟି । ମାଟି ଦବି ୧୦ଫୁଟ ଗଭୀର ଗାତ ହୋଇଯାଇଛି । ଏନେଇ ପରିବାର ଲୋକେ ବାହାରକୁ ଚାଲି ଆସିଥିଲେ । ତେବେ କୋଇଲା ଖଣିଗୁଡିକରୁ ପ୍ରତିଦିନ କୋଇଲା ବାହାର କରାଯାଇଥିବା ବେଳେ ସଠିକ୍ ଭାବେ ବାଲି ଫିଲିଙ୍ଗ କରାଯାଉନି । ଯାହା ପାଇଁ ଏହି ସମସ୍ୟା ଦେଖିବାକୁ ମିଳିଛି ।

Leave A Reply

Your email address will not be published.